36cancer Photograph: (36cancer )
କନକ ବ୍ୟୁରୋ : ସିଗାରେଟ ଧୂଆଁଠୁ ଅଧିକ କ୍ଷତିକାର ପ୍ରଦୁଷିତ ବାୟୁ । ପ୍ରଦୂଷଣ ଏବେ କର୍କଟ ରୋଗରେ କାରଣ ବି ହେଉଛି । ଏନେଇ ଚିନ୍ତାଜକ ରିପୋର୍ଟ ପ୍ରକାଶ କରିଛି ଲାନସେଟ୍ । ବିଶ୍ବ କର୍କଟ ଦିବସରେ ପ୍ରକାଶିତ ଲାନସେଟ ରେସପେଟୋରୀ ମେଡିସିନ ଜର୍ଣ୍ଣାଲରେ ଏହି ତଥ୍ୟ ରହିଛି । ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧ୍ୟୟନକୁ ନେଇ ରିପୋର୍ଟ ପ୍ରକାଶ ପାଇଛି ।ଅଧ୍ୟୟନରେ କୁହାଯାଇଛି ଦୁନିଆରେ ଚିହ୍ନଟ ୫୦ରୁ ୭୦ ପ୍ରତିଶତ ଫୁସଫୁସ କ୍ୟାନସର ରୋଗୀ ଧ୍ରୁମପାନ କରନ୍ତିନି ତଥାପି ଏମାନେ କ୍ୟାନସରରେ ପୀଡିତ । ଏହାର ମୁଖ୍ୟ କାରଣ ପ୍ରଦୂଷଣ । ସବୁଠୁ ଚିନ୍ତାର ବିଷୟ ହେଉଛି ଧୁମ୍ରପାନ ନକରି ମଧ୍ୟ ଫୁସଫୁସ କ୍ୟାନସର ରୋଗୀଙ୍କ ସଂଖ୍ୟା ବିଶ୍ବରେ ବଢ଼ିବାକୁ ଲାଗିଛି ।୧୦ବର୍ଷ ପୂର୍ବରୁ ଏହା ସଂଖ୍ୟା ହାତଗଣତି ଥିବାବେଳେ ଏବେ ଏହା ବୃଦ୍ଧି ପାଉଛି ତେବେ ଅଧ୍ୟୟନରେ କୁହାଯାଇଛି ଦୀର୍ଘଦିନ ହେବ ରୋଗୀ ପ୍ରଦୂଷିତ ବାୟୁ ପ୍ରବାହ ସ୍ଥାନରେ ରହିଛନ୍ତି ସଫା ନଥିବା ସ୍ଥାନରେ ମଧ୍ୟ ରହିଥିବା ଲୋକଙ୍କ ନିକଟରେ ଫୁସଫୁସ କ୍ୟାନର ପରିଲିକ୍ଷିତଧୁମ୍ରପାନ କରୁଥିବା ବ୍ୟକ୍ତି ୪୦ବର୍ଷ ପରେ ନିରନ୍ତର ସ୍ବାସ୍ଥ୍ୟ ଯାଂଚର ଆବଶ୍ୟକ ରହିଛିଧୁମ୍ରପାନ କରୁନଥିବା ବ୍ୟକ୍ତି ୫୦ବର୍ଷ ବୟସରେ ନିରନ୍ତର ସ୍ବାସ୍ଥ୍ୟ ଯାଂଚ କରିବାକୁ ପରାମର୍ଶ
Follow Us