ଆଖି ଦେଖାଇ ମାଟି ଖୋଳି ନେଇଯାଉଛନ୍ତି : ସୀମାନ୍ତରେ ମାଟି ମାଫିଆଙ୍କ ରାଜ୍

Advertisment

ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ଚାଲିଛି ମାଟି ମାଫିଆଙ୍କ ରାଜ୍‌ । ଜମି ମାଲିକଙ୍କ ଅଜାଣତରେ ନିର୍ଭୟରେ ଦିନରାତି ଲାଗି ଖୋଳି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉର୍ବର ମାଟି । ଚାଷ ଉପଯୋଗୀ ଜମିର ଏପରି ଅବସ୍ଥା ଦେଖି ଚିନ୍ତାରେ ଜମି ମାଲିକ। 

ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ଚାଲିଛି ମାଟି ମାଫିଆଙ୍କ ରାଜ୍‌ । ଜମି ମାଲିକଙ୍କ ଅଜାଣତରେ ନିର୍ଭୟରେ ଦିନରାତି ଲାଗି ଖୋଳି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉର୍ବର ମାଟି । ଚାଷ ଉପଯୋଗୀ ଜମିର ଏପରି ଅବସ୍ଥା ଦେଖି ଚିନ୍ତାରେ ଜମି ମାଲିକ। 

ମାଟି ମାଫିଆ

ମାଟି ମାଫିଆ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ଚାଲିଛି ମାଟି ମାଫିଆଙ୍କ ରାଜ୍‌ । ଜମି ମାଲିକଙ୍କ ଅଜାଣତରେ ନିର୍ଭୟରେ ଦିନରାତି ଲାଗି ଖୋଳି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉର୍ବର ମାଟି । ଚାଷ ଉପଯୋଗୀ ଜମିର ଏପରି ଅବସ୍ଥା ଦେଖି ଚିନ୍ତାରେ ଜମି ମାଲିକ। 

ଦିନକୁ ଦିନ ସକ୍ରିୟ ହୋଇଚାଲିଛନ୍ତି ମାଟି ମାଫିଆ । ଲୋକଙ୍କ ଅଜାଣତରେ ବୁହା ଚାଲିଛି ମାଟି । ବାଲେଶ୍ୱରର ବସ୍ତା ଓ ମୟୁରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ପଞ୍ଚାୟତରେ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହେବାର ଲାଗିଛନ୍ତି । ପ୍ରତ୍ୟେକ ଦିନ ଜେସିବି, ଟ୍ରାକ୍ଟର ଲଗାଇ ଘରୋଇ ଜମି ସହ ସରକାରୀ ଜମିରୁ ଟ୍ରିପ୍‌ ଟ୍ରିପ୍‌ ମାଟି ଖୋଳିନେଉଛନ୍ତି । ଦିନେ ଯେଉଁ ଉର୍ବର ମାଟିରେ ସୁନାର ଫସଲ ଫଳୁଥିଲା, ଆଜି ସେହି ପୋଖରୀ ଭ୍ରମ ସୃଷ୍ଟି କରୁଛି। ଜମି ମାଲିକଙ୍କ ଅଜାଣତରେ ଏହି ଚୋରା ମାଟି କାରବାର ଚାଲିଛି । ବହୁବାର ବିରୋଧ କରିବା ପରେ ବି କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ବଢୁଛି ଚିନ୍ତା । 

ରେଳପଥ ପାଖ ଥିବା ଜମିକୁ କେବଳ ଚାଷ ସମୟ ବ୍ୟତୀତ ଅନ୍ୟ କୌଣସି ସମୟରେ ଏଠାକୁ ଜମି ମାଲିକ ଆସିନଥାନ୍ତି। ଆଉ ଯାହାର ଫାଇଦା ଉଠାଉଛନ୍ତି ମାଫିଆ। ତେବେ ଘରୋଇ ଜମିରୁ ତହସିଲଦାରଙ୍କ ଅନୁମତି କ୍ରମେ ମାତ୍ର ୩ ଫୁଟ ପର୍ଯ୍ୟନ୍ତ ଖୋଲିବାର ନିୟମ ରହିଛି। ହେଲେ ମାଫିଆ ମାନେ ଏହି ଜମିରୁ ୧୫ ଫୁଟ୍‌ରୁ ଅଧିକ ଗଭୀର କରି ଖୋଳିନେଇଥିବାରୁ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ଜମି ମାଲିକ। ଏନେଇ ବସ୍ତା ତହସିଲଦାରଙ୍କୁ ଅବଗତ କରାଇବା ପରେ ଗୋଡିଖାଳ ଆରଆଇ ଆସି ଜମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେଆଇନ ଭାବେ ମାଟି ଚାଲଣ କରୁଥିବା ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe