କନକ ବ୍ୟୁରୋ: କଟକରେ ଲୁଟେରାଙ୍କ ଆତଙ୍କରାଜ୍ । ନାଁ ଅଛି ପୋଲିସକୁ ଭୟ, ନା ଆଇନ ବ୍ୟବସ୍ଥାକୁ ଖାତିର । ଆପାର୍ଟମେଣ୍ଟରେ ପଶି ବ୍ୟବସାୟୀଙ୍କୁ ମାଡ଼ ମାରିଲେ । ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଲେ । ବାଦାମବାଡ଼ି ଥାନା ବିକାଶ ନଗରରେ ଘଟିଛି ଏଭଳି ଘଟଣା। ଲୁଟ୍ କରି ଆତଙ୍କ ଖେଳାଇଛନ୍ତି ୨ ଲୁଟେରା । ଆକ୍ରମଣରେ ବ୍ୟବସାୟୀ ଓ ଡ୍ରାଇଭର ଆହତ ହୋଇଛନ୍ତି । ରାତି ପ୍ରାୟ ୯ଟା ସମୟରେ ଏହି ଲୁଟ୍ ହୋଇଛି । ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା କଟକ କମିଶନରେଟ୍ ପୋଲିସର ଚିନ୍ତା ବଢାଇଛି।
କିଛି ମାସ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମାତିଥିଲେ ଲୁଟେରା । ସେମାନେ ଖାସ୍ କରି ବଡ ବଡ ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଥିଲେ । ଘରେ କେହିନଥିବା ସମୟ ଦେଖି ଘରେ କଳାକନା ବୁଲାଉଥିଲେ । ଆଉ କିଛି ସ୍ଥାନରେ ଝରକା ତାଡି ଲୁଟ ହେବା ଘଟଣା ବି ରାଜଧାନୀରେ ଆତଙ୍କ ଖେଳାଇଥିଲା । ଏହା ପରେ କମିଶନରେଟ୍ ପୋଲିସର ଧରପଗଡ ପରେ କିଛି ଲୁଟେରା ଧରା ହେବା ସହ ସ୍ପାଇଡର ବେଶରେ ଲୁଟ୍ କରୁଥିବା ଲୁଟେରା ମଧ୍ୟ ଧରାପଡିଥିଲା। ଏହାପରେ ସ୍ଥିତିରେ ସୁଧାର ଲକ୍ଷ୍ୟ କରାଯାଇଛି ।
କଟକରେ ମାତିଛନ୍ତି ଲୁଟେରା ; ଆପାର୍ଟମେଣ୍ଟରେ ପଶି ବ୍ୟବସାୟୀଙ୍କୁ ମାଡ
କଟକରେ ଲୁଟେରାଙ୍କ ରାଜ୍ । ଆପାର୍ଟମେଣ୍ଟରେ ପଶି ବ୍ୟବସାୟୀଙ୍କୁ ମାଡ଼ । ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ।
/kanak/media/media_files/2025/03/25/sjUrxBX8hz2qFciaNDik.jpg)