ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି। ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Advertisment

ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଲାଗି ଆଉ ଦୁଇ ଦିନ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ବଢାଇଛନ୍ତି ସରକାର

ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଲାଗି ଆଉ ଦୁଇ ଦିନ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ବଢାଇଛନ୍ତି ସରକାର

ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି

ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି Photograph: (KanakNews )

କନକ ବ୍ୟୁରୋ: ଆଉ ଦୁଇଦିନ ବଢିଲା ଚାଷୀଙ୍କ ପଞ୍ଜୀକରଣ ଅବଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଲାଗି ଆଉ ଦୁଇ ଦିନ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ବଢାଇଛନ୍ତି ସରକାର। ପୁରୀ ଜିଲ୍ଲା ଗୋପ ବ୍ଲକରେ କ୍ଷୟକ୍ଷତି ଅଞ୍ଚଳ ବୁଲିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ପୂର୍ବରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ରେଜିଷ୍ଟ୍ରେସନ ଅବଧି ଥିଲା। ଏହା ଜାନୁଆରୀ ୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଢ଼ିଛି।

ସେପଟେ ଘୁଞ୍ଚିଲା କ୍ଷୟକ୍ଷତି ଆକଳନ ସୀମା। ୩୦ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭାଗ ଗୁଡିକୁ କୁହାଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦେଖି ଆଉ କିଛି ଦିନ ଘୁଞ୍ଚିପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ଗ୍ରାଉଣ୍ଡକୁ ଯାଇ ସ୍ଥିତି ଦେଖିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ଏହା ସହ ବୀମା କରିଥିବା ଚାଷୀଙ୍କ ପାଇଁ ମଧ୍ୟ ଆବେଦନ ତାରିଖ ଆଉ ଗୋଟିଏ ଦିନ ଘୁଞ୍ଚା ଯାଇଛି। ବୀମା କମ୍ପାନୀ ଏବଂ ବିଭାଗ ରିପୋର୍ଟ ଆସିଲେ ନିଷ୍ପତ୍ତି ନିଆଯିବ। ବୀମା କରିନଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe