କନକ ବ୍ୟୁରୋ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମ୍ନାକୁ ଆସିଛି କିଛି ଅଡିଓ। କୁହାଯାଉଛି ଏହା ସେହି ଫୋନ କଲ ଯେଉଁଥିରେ ଡାକ୍ତରଙ୍କ ପରିବାରଙ୍କୁ ଫୋନ କଲ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବଡ଼ କଥା ହେଉଛି ଆରଜି କର ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ କରି ଟ୍ରେନି ଡାକ୍ତର ଆତ୍ମହତ୍ୟା କରିଥିବା କରିଥିଲେ। ପ୍ରଶ୍ନ ଉଠୁଛି, ସତ ଚପାଇବାକୁ ପ୍ରଥମରୁ ହିଁ ଉଦ୍ୟମ କରିଥିଲେ କି ମେଡିକାଲ କର୍ତ୍ତୃପକ୍ଷ । ତେବେ ଗୋଟିଏ ଫୋନ କଲ ନୁହେଁ ବାରମ୍ବାର ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଫୋନ୍ କରି ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ପୀଡ଼ିତା ଜଣକ ଅସୁସ୍ଥ ଅଛନ୍ତି ଏବଂ ପରିବାର ଲୋକ ତୁରନ୍ତ ହସ୍ପିଟାଲକୁ ଆସନ୍ତୁ ବୋଲି କୁହାଯାଇଥିଲା। ପୀଡ଼ିତାଙ୍କ ବାପା ବାରମ୍ବାର ପଚାରିଥିଲେ ଯେ ତାଙ୍କ ଝିଅକୁ କଣ ହୋଇଛି। କିନ୍ତୁ ଏହାର କିଛି ସନ୍ତୋଷଜନକ ଉତର ମିଳିନଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କୁହାଯାଇଥିଲା। ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏବଂ ପରିବାରଲୋକଙ୍କୁ ହସ୍ପିଟାଲକୁ ଆସିବାକୁ କୁହାଯାଇଥିଲା। ଏହି ଅଡ଼ିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି।