ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମାରିଦେଲେ ବିଦ୍ରୋହୀ ; ଦେହରେ ଲଗାଇଦେଲେ ନିଆଁ

ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

rabi

କନକ ବ୍ୟୁରୋ: ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା ଓ ତାଙ୍କ ଶରୀରରେ ନିଆଁ ଲଗାଇଦିଆଯାଇଥିଲା । ସେ ଗୁରୁତର ଭାବରେ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି ।

ଡାଲ୍ଲୁସ୍ଥିତ ତାଙ୍କ ବାସଭବନରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ । ରାଜଲକ୍ଷ୍ମୀଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କୀର୍ତ୍ତିପୁର ବର୍ନ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ସୋମବାରଠାରୁ ଆରମ୍ଭ ହୋଇଥିବା ଜେନ-ଜି ପ୍ରଦର୍ଶନ ଏବେ ଅଧିକ ହିଂସାତ୍ମକ ହୋଇଯାଇଛି । ଏହି ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe