କନକ ବ୍ୟୁରୋ, ଅପରେସନ ସିନ୍ଦୂରରେ ଶତ୍ରକୁ ଧୁଳି ଚଟାଇଛି ଭାରତୀୟ ସେନା । ଗୋଟି ଗୋଟି କରି ଆତଙ୍କବାଦୀଙ୍କଠୁ ହିସାବ ନେଇଛି । ଏବେ ସାମ୍ନାକୁ ଆସିଛି କିଛି ସାଟେଲାଇଟ ଫଟୋ ଯେଉଁଥିରେ କିଭଳି ଆତଙ୍କୀ  ଆଡ୍ଡା ଗୁଡିକ ମାଟିରେ ମିଶିଛି ତାର ସ୍ପଷ୍ଟ ପ୍ରମାଣ ମିଳିଛି । ପାକିସ୍ତାନ ଭିତରେ ପଶି କଡ଼ା ଜବାବ ଦେଇଛି ଭାରତ । ଏନେଇ ପୂର୍ବରୁ ସେନା ପକ୍ଷରୁ କିଛି ଭିଡିଓ ଜାରି ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି କିଛି ସାଟେଲାଇଟ ଫଟୋ । ପାକିସ୍ତାନର ୯ଟି ସାମରିକ ଘାଟିକୁ ଧ୍ବଂସ କରିଛି ଭାରତ । ସାଟେଲାଇଟ ଫଟୋରେ ଏହାର ପ୍ରମାଣ ମିଳିଛି । ଦୁଇପ୍ରକାର ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ପୂର୍ବରୁ କିଭଳି ଥିଲା ଏୟାରବେସ ଓ ଏବେ କେମିତି ଅଛି ତାହା ଦେଖିବାକୁ ମିଳିଛି । 

Advertisment

ଛାରଖାର ପାକିସ୍ତାନ
-ପାକିସ୍ତାନର ଅଣ୍ଟାକୁ ଭାଙ୍ଗିଛି ଭାରତ 
-ଏୟାର ଡିଫେନ୍ସ ସିଷ୍ଟମକୁ ମାଟିରେ ମିଶାଇଛି
-ସାମରିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବବହନ କରେ ଏୟାରବେସ
- ଜୈକବାବଦ, ଭୋଲାରୀ, ଲାହୋର,ଚୁନିୟାନ, ସ୍କର୍ଦୁ, ରଫିକ, ମୁରିଦ
-ଚକଲାଲା, ରହିମ ୟାର ଖାନ୍, ସୁକ୍କୁର, ଚୁନିୟାନ, ସିଆଲକୋଟ ଏୟାରବେସ ନଷ୍ଟ
-ଜରୁରୀକାଳୀନ ସ୍ଥିତିରେ ଏଠାରୁ ବିମାନ ଉଡାଣ ଭରିଥାଏ
-ଏବେ ସୁଦ୍ଧା ପାକିସ୍ତାନର ୧୩ଟି ମୁଖ୍ୟ ଏୟାରବେସ ଧ୍ବଂସ କରିଛି ଭାରତ
-ହିଜବୁଲ ମୁଜାହିଦ୍ଦିନ, ଜୈଶ ଏ ମହମ୍ମଦ ଓ ଲସ୍କର ଏ ତୋୟବାର ଅଣ୍ଟା ଭାଙ୍ଗିଛି ଭାରତ
-ଆତଙ୍କୀ ସଂଗଠନର ୧୦ଟି ମୁଖ୍ୟ ଠିକଣା ମାଟିରେ ମିଣିଛି
-ହିଜବୁଲର ୨,ଲସ୍କର ଏ ତୋୟବାର ୩, ଜୈଶର ୪ଟି ଠିକଣା  ଧ୍ବଂସ
-ମୁଜଫରାବାଦ, କୋଟଲୀ,ଭୀମବେର, ସିଆଲକୋଟ, ମୁରିଦିକେ, ବହାବଲପୁରରେ ଥିଲା ଠିକଣା
-ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି 
-ପାକିସ୍ତାନ ଉପରେ ଭାରତ ଶକ୍ତି ପ୍ରଦର୍ଶନ କରିଛି
-ବାୟୁସୀମା ବନ୍ଦ,ଡିଜିଟାଲ ଷ୍ଟ୍ରାଇକ, ସିନ୍ଧୁ ଜଳ ଚୁକ୍ତି ରଦ୍ଦ,ଭିସା ରଦ୍ଦ,ବ୍ୟବସାୟ ବନ୍ଦ
-ୱାଘା-ଅଟାରୀ ସୀମା ବନ୍ଦ,ଭାରତରେ ପାକିସ୍ତାନ କଳାକାର ବ୍ୟାନ୍
-ପହଲଗାମର ଆକ୍ରମଣ ପରେ ପୁଣି ଫିଟିଛି ସେନା ଓ ଆତଙ୍କୀଙ୍କ ମୁଖା