ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ହେଲେ କିଛି ଲାଭ ନାହିଁ ; ଖାଲି ଯାହା କାଗଜ କଲମରେ କାମ

କଣ୍ଟାପଡ଼ା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି  ।  ଭିତ୍ତିଭୂମି ଅଭାବରୁ ମିଳୁନି ଉକୃଷ୍ଟ ମାନର ଶିକ୍ଷା । ସ୍କୁଲ ବାହାର ଭିତର ସବୁ ଲୋଡ଼ୁଛି ମରାମତି । ପ୍ରଧାନ ଶିକ୍ଷୟିତ୍ରୀ ଅଜବ ବୟାନ, ପିଲାଙ୍କ ଦୁଷ୍ଟାମୀରୁ ସବୁ ନଷ୍ଟ ।

17

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ କାଗଜ କଲମରେ ଗୁରୁତ୍ବ ଦେଉଛନ୍ତି ସରକାର। ହେଲେ ଏହା ପ୍ରକୃତରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏକ ପ୍ରଶ୍ନ। ନିକଟ ଅତୀତରେ ରାଜ୍ୟ ସରକାର ଶିକ୍ଷାର ସ୍ୱତନ୍ତ୍ରତା ପାଇଁ ୫ଟି ବ୍ୟବସ୍ଥା କରିଥିଲେ। ସେ ବାବଦରେ ପ୍ରତ୍ୟେକ ସ୍କୁଲ ପାଇଁ ମଞ୍ଜୁର ହୋଇଥିଲା ଅର୍ଥ। ହେଲେ ଏହା ବାସ୍ତବରେ କେତେ କାମରେ ଲାଗିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକକୁ ଦେଖିଲେ ସ୍ପଷ୍ଟ ହେଉଛି ।

କଣ୍ଟାପଡ଼ା ବ୍ଲକ୍‌ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସୁବିଧା ନାହିଁ । ବିଦ୍ୟାଳୟ ବାହାର ଭିତର ସବୁ ଅପରିଷ୍କାର । ବିଦ୍ୟାଳୟ ପରିସର ବଣ ବୁଦାରେ ପରିପୂର୍ଣ୍ଣ। ଟ୍ୟାପ୍‌ରୁ ପାଣି ବାହାରୁନି। ଯେଉଁ ଗୋଟେ ଅଧେରୁ ବାହାରୁଛି ତାହା ବ୍ୟବହାର ଅନୁପଯୋଗୀ। ସବୁ ଶ୍ରେଣୀଗୃହରେ ଲାଇଟ୍ ନାହିଁ। ଇଣ୍ଟରନେଟ୍‌ କନେକ୍ସନ୍‌ ବି ଦିଆଯାଇନି। ଶୌଚାଳୟ ବି ବ୍ୟବହାର ଉପଯୋଗୀ ନୁହେଁ। ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ। ଭିତ୍ତିଭୂମି ଅଭାବରୁ ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ସେପଟେ ୨୦୨୪-୨୫ ଶିକ୍ଷା ବର୍ଷରେ ବିଦ୍ୟାଳୟ ଉନ୍ନୟନ ବାବଦକୁ ଖର୍ଚ୍ଚ ହୋଇଛି ପ୍ରାୟ ୩ ଲକ୍ଷ ଟଙ୍କା। ଏତେ ଟଙ୍କା କେଉଁ କାମରେ ଲାଗିଛି? ସେ କଥା ପଚାରିଲେ, ପ୍ରଧାନ ଶିକ୍ଷୟିତ୍ରୀ ଦେଉଛନ୍ତି ଅଜବ୍‌ ଉତ୍ତର। ପିଲାଙ୍କ ଦୁଷ୍ଟାମୀ ଯୋଗୁ ବିଦ୍ୟାଳୟର ଏପରି ଅବସ୍ଥା ହୋଇଥିବା କହି ଖସି ଯିବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe