କନକ ବ୍ୟୁରୋ :  ଅଧର୍ମ ଉପରେ ହେବ ଧର୍ମର ବିଜୟ । ରାବଣ ପୋଡ଼ି ସହ ଅସତ୍ୟ ଉପରେ ହେବ ସତ୍ୟର ଜୟ । ରାବଣ ପୋଡ଼ି ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ଅନୁମତି ମିଳିଛି । ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି  ମିଳିଛି। ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ପୋଲିସ । ସେହିପରି ବାଣଫୁଟା ପାଇଁ ମଧ୍ୟ କଟକଣା କରାଯାଇଛି । ସ୍ବିକୃତୀ ମିଳିଥିଲେ ବାଣ ଫୁଟାଇବାକୁ ଅନୁମତି ମିଳିବ । ୫୦ କିଲୋମିଟରରୁ ଅଧିକ ବେଗରେ ପବନ ବୋହୁଥିଲେ, ବାଣ ଫୁଟା ହେବ ନାହିଁ । ପୂଜା ମଣ୍ଡପ କିମ୍ବା ଟେଣ୍ଟର ୧୫ ମିଟର ଭିତରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ହସପିଟାଲ, ସ୍କୁଲ୍ ଠାରୁ ୨୫୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି । ବାଣ ଫୁଟା ସ୍ଥାନରେ ଇଲେକ୍ଚ୍ରିକ୍ ସରଞ୍ଜାମ ଲଗାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

Advertisment

ଆସନ୍ତାକାଲି ମେଲାଣି ନେବେ ଜଗତ ଜନନୀ ମା ଦୁର୍ଗା । ଭସାଣୀ ପାଇଁ ଭୁବନେଶ୍ବର ଲାଗି ଜାରି ହେଲା କଟକଣା । ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର ରହିବ । ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି । ଭସାଣୀ ଶେଷ ଯାଏ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ । ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର  ଯାଇପାରିବେ ଯାତ୍ରୀ । ସେହିପରି ଭସାଣୀ ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ । ଭସାଣୀ ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା । ଭସାଣୀ ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଲେ ଭୁବନେଶ୍ବର ଟ୍ରାଫିକ ଡିସିପି ତାପସ ଦାସ। 

ଭସାଣୀ ପାଇଁ ଟ୍ରାଫିକ କଟକଣା 
-ଭସାଣୀ ପାଇଁ ଭୁବନେଶ୍ବର ଲାଗି ଜାରି ହେଲା କଟକଣା
-ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ ବଳବତ୍ତର ରହିବ କଟକଣା
-ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ କଟକଣା ଜାରି
-ଭସାଣୀ ଶେଷ ଯାଏ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ
-ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ
-ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ
-ଭସାଣୀ ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ
-ଭସାଣୀ ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା
-ସୂଚନା ଦେଲେ ଭୁବନେଶ୍ବର ଟ୍ରାଫିକ ଡିସିପି ତାପସ ଦାସ