କନକ ବ୍ୟୁରୋ: ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ ଯୋଜନା ଅଧୀନରେ ରାଉରକେଲାରେ ଚାଲିଛି ଡିଷ୍ଟ୍ରିକ୍ଟ ଆର୍ଲି ଇଣ୍ଟରଭେନସନ୍ ସେଣ୍ଟର୍ । ଦିବ୍ୟାଙ୍ଗ ଶିଶୁଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ନୂତନ୍ ବିଲଡିଂ ନିର୍ମାଣ ହୋଇଛି । ହେଲେ ଆଜି ଯାଏ ଏହା କାର୍ଯକାରୀ ହୋଇନାହିଁ। 

Advertisment

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ଡାକ୍ତରଖାନା  । ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ନିର୍ମାଣ ହେଇଥିବା ବିଲଡିଙ୍ଗ ଏବେ ପାଲଟିଛି ଷ୍ଟୋର ରୁମ୍‌ । ଏ ହେଉଛି ରାଷ୍ଟ୍ରୀୟ ବାଲ୍‌ ସ୍ଵାସ୍ଥ୍ୟ ଯୋଜନାରେ ତିଆରି ହୋଇଥିବା ଡିଷ୍ଟ୍ରିକ୍ଟ ଆର୍ଲି ଇଣ୍ଟରଭେନସନ୍ ସେଣ୍ଟର୍ । ୭୭ କୋଟି ଖର୍ଚ୍ଚ ହୋଇ ତିଆରି ହେଲା । ଉଦେଶ୍ୟ ଥିଲା ଦିବ୍ୟାଙ୍ଗ ଶିଶୁଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା  କିନ୍ତୁ ୨ ବର୍ଷ ହେଲାଣି କୋଠା କାର୍ଯ୍ୟକ୍ଷମ ହେଉନି । 

ଆରଜିଏଚ୍ ପରିସରରେ ଥିବା ଡିଇଆଇସି ଉପରେ ସୁନ୍ଦରଗଡ ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ନିର୍ଭର କରିଥାନ୍ତି । ଦିବ୍ୟାଙ୍ଗ ଶିଶୁଙ୍କ ଫିଜିଓଥେରାପି, ସାଇକୋଲୋଜିଷ୍ଟ, ସ୍କିନ୍ ଥେରାପି, ଅଡିଟ୍‌ ଥେରାପି ଭଳି ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ୨୦୨୨-୨୩ରେ ଜିଲ୍ଲା ଖଣିଜ ପାଣ୍ଠିରୁ ନୁଆ ବିଲଡିଂ ପାଇଁ ୭୭ କୋଟି ୨୭ ଲକ୍ଷ ୮୮୧ ଟଙ୍କା ମଞ୍ଜୁର ହୋଇଥଲା । ଏଠି ପ୍ରଶ୍ନ ଉଠୁଛି ବିଲଡିଂଟି କେବେ କାର୍ଯ୍ୟକ୍ଷମ ହେବ  ? କାହିଁକି ଚୁପ୍ ବସିଛି ସ୍ଵାସ୍ଥ୍ୟ ବିଭାଗ ?