କନକବ୍ୟୁରୋ : ଡିସେମ୍ବର ୧୭ ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ଦିନ ଗୋଟାଏ ରୁ ସନ୍ଧ୍ୟା ୫ ଟା ଯାଏଁ ଚାଲିବ ଏହି ମରାମତି କାର୍ଯ୍ୟ। ମରାମତି ବେଳେ ଭକ୍ତ ବାହାର କାଠ ନିକଟରେ ଦର୍ଶନ କରିବେ ।
ଛତିଶା ନିଯୋଗ ବୈଠକ ଏହା ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାର ମରାମତି ସଂପର୍କରେ ଚାଲିଛି ଆଲୋଚନା। ନୀତିକାନ୍ତି ପ୍ରଭାବିତ ନ ହୋଇ କିଭଳି ମରାମତି ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ। ସେଥିପାଇଁ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଷ୍ପତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ଚାଲିଥିଲା ବୈଠକ।