ବର୍ଷା କମିବା ପରେ ବଢ଼ୁଛି ଦୁର୍ଦଶା । ବୈତରଣୀ କମିଲା, ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର । ଆସନ୍ତାକାଲି ଭୋଗରାଇ, ବାଲିଆପାଳ, ବସ୍ତାକୁ ବନ୍ୟା ଆଶଙ୍କା

Advertisment

କିଛି ଦିନର ଲଗାଣ ବର୍ଷା ଉତର ଓଡିଶାରେ  ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ପ୍ରବେଶ କରିଛି ।

Updated On

କିଛି ଦିନର ଲଗାଣ ବର୍ଷା ଉତର ଓଡିଶାରେ  ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ପ୍ରବେଶ କରିଛି ।

ଅଦ୍ୟତନ ହୋଇଛି
Rain 1

କନକ ବ୍ୟୁରୋ : କିଛି ଦିନର ଲଗାଣ ବର୍ଷା ଉତର ଓଡିଶାରେ  ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ପ୍ରବେଶ କରିଛି । ଅନେକ ଗାଁରେ ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୋଗରାଇ ବ୍ଲକର ରସଲପୁର ଏବଂ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତର ଅନେକ ଗାଁରେ ୩ ଫୁଟର ପାଣି ପ୍ରବାହିତ ହେଉଛି । 

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ୍ ଗେଟ୍‌ ଭାଙ୍ଗିଯାଇଛି । ଫଳରେ ବାଲିଆପାଳ-ଜାମକୁଣ୍ଡାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି ।  ଚାଷ ଜମିରେ ପାଣି ମାଡିଯାଇଛି । ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ ଅଛି । ଜାମସୋଳାଘାଟରେ ବି ଜଳସ୍ତର ବଢୁଛି  ।  ବାଲିଆପାଳ, ବସ୍ତା ଓ  ଭୋଗରାଇର ତଳିଆ ଅଞ୍ଚରେ ମଧ୍ୟମଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ତେବେ ବୈତରଣୀରେ ବନ୍ୟା ସ୍ଥିତି ଟଳି ଯାଇଛି । ବର୍ଷା ନାହିଁ,  ସ୍ଥିତି ସ୍ୱାଭାବିକ ହେଉଛି ।

ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ପରିସ୍ଥିତି ମୁକାବିଲା ନେଇ ବ୍ଲକ ପ୍ରଶାସନ ସଜାଗ ଅଛି । ଜଳସମ୍ପଦ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe