କନକ ବ୍ୟୁରୋ : ଥମିଛି ବର୍ଷା, ହେଲେ ଥମୁନି ଦୁର୍ଦ୍ଦଶା । ଏବେ ବି ପାଣି ଘେରରେ ଅଛନ୍ତି ଅନେକ ଲୋକ । ରାସ୍ତା ଉପରେ ପାଣି ଚାଲୁଥିବା ବେଳେ ଘର ଗୁଡ଼ିକ ମଧ୍ୟ ପାଣିରେ ଅଧା ବୁଡ଼ିକି ରହିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ୪ ଦିନ ହେବ ସ୍କୁଲରେ ଆଶ୍ରୟ ନେଇଛନ୍ତି ଅନେକ ଲୋକ । ଭୋଗରାଇ ବ୍ଲକର ୮ ଟି ପଞ୍ଚାୟତର ୪୦ ଗାଁ ଏବେ ବି ଜଳମଗ୍ନ ରହିଛି । ଭୋଗରାଇ କୁସୁଡା ଗାଁରେ ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସେପଟେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିବା ବେଳେ ଜଳେଶ୍ବର ରାଜଘାଟ ନିକଟରେ ଜଳସ୍ତର ହ୍ରାସ ପାଇ ୧୦.୦୯ ମିଟରରେ ପ୍ରବାହିତ ହେଉଛି ।