କନକ ବ୍ୟୁରୋ : ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି । ଏହି ସମୟରେ ଭୋର୍ ୪ଟାରୁ ଦ୍ୱାର ଫିଟା ହେବ। କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଧାଡ଼ି ଦର୍ଶନ କରାଯିବ। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ମଧ୍ୟ ଏସଓପି ଜାରି କରାଯିବ । ସେହିପରି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ଲାଗୁ ହୋଇଛି । ଖୁବଶୀଘ୍ର ଏନେଇ ଗାଇଡଲାଇନ୍ ଅଣାଯିବ। ପ୍ରାଥମିକ ପର୍ଯ୍ୟାୟରେ ଜେଟିପିମାନଙ୍କ ପାଇଁ ଏବଂ ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ୍ କଟକଣା । ନୀତି ଶୃଙ୍ଖଳା ପାଇଁ ପ୍ରତ୍ୟେକ ବୁଧବାର ଏକ ସମନ୍ୱୟ କମିଟି ବସିବ । ଶନିବାର ବସିଥିବା ଛତିଶାନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର
ଅକ୍ଟୋବର ୩ରୁ ନଭେମ୍ବର ୫ ତାରିଖ ଯାଏ ଭୋର ୪ଟାରେ ଫିଟିବ ଦ୍ବାର
ଭୋର୍ ୬ଟା ୩୦ ରୁ ୭ଟା ୩୦ ପର୍ଯ୍ୟନ୍ତ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ
ପୂର୍ବାହ୍ନ ୧୦ ଟାରୁ ୧୦ ଟା ୩୦ ମଧ୍ୟରେ ବାଳଧୂପ ସରିବ
ପଞ୍ଚୁକରେ ବିଭିନ୍ନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ
ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ମଧ୍ୟ ଏସଓପି ଜାରି କରାଯିବ
ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଲାଗିବ କଟକଣା
ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ ଏବଂ ପରେ ସେବକଙ୍କ ପାଇଁ
ନୀତି ଶୃଙ୍ଖଳା ପାଇଁ ପ୍ରତ୍ୟେକ ବୁଧବାର ଏକ ସମନ୍ୱୟ କମିଟି ବସିବ
ଏମାର ମଠରୁ ରୁପା ଇଟା ପ୍ରସଙ୍ଗ କୋର୍ଟଙ୍କ ପାଖରେ ବିଚାରଧୀନ ରହିଛି
ସରକାରଙ୍କୁ ଅନୁରୋଧ କରି ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଅଣାଯିବ
ସୁନାବେଶ ବ୍ୟତୀତ ମହାପ୍ରଭୁଙ୍କ ପାଇଁ ଅଳଙ୍କାର ସେଟ୍ ହେବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/21/dhadi-2025-09-21-08-05-49.jpg)