କନକ ବ୍ୟୁରୋ : ପୁରୀକୁ ସରକାର ବିଶ୍ବସ୍ତରୀୟ ଯୋଜନାର ପରିକଳ୍ପନା କରୁଛନ୍ତି । ବିକାଶରେ ଶୀର୍ଷ ଛୁଇଁବାକୁ ନକ୍ସା ଆଙ୍କୁଛନ୍ତି । ମହାନଗରର ମାନ୍ୟତା ମିଳିସାରିଛି । ହଜାର ହଜାର କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି, କିନ୍ତୁ ୧୦ ବର୍ଷ ପରେ ବି ପୁରୀ ପୌରପାଳିକା ନିର୍ବାଚନ ହୋଇପାରିନି । ଅଦାଲତରେ ମାମଲା ଥିବାରୁ ନିର୍ବାଚନ ହୋଇପାରୁନି । ଯାହା ଫଳରେ ପୌରସେବାରୁ ବଞ୍ଚିତ ପୁରୀବାସୀ । ବିକାଶ ହୋଇପାରୁନି । ଯେହେତୁ ନୂଆ ପରିଷଦ ଗଠନ ହୋଇନି, ପ୍ରଶାସନିକ ଅଧିକାରୀଙ୍କ ହାତରେ ଚାବିକାଠି । ଫଳରେ ମନମୁଖୀ କାମ କରୁଛନ୍ତି ବାବୁ । କଲବଲ ହେଉଛନ୍ତି ଜନତା ।
ମାମଲା ବିଚାରାଧୀନ, ହେଉନି ନିର୍ବାଚନ
ସମ୍ୱଲପୁର ମହାନଗରରେ ସମାନ ସ୍ଥିତି । ୧୧ ବର୍ଷ ଗଲା, ନିର୍ବାଚନ ହୋଇ ପାରିଲା ନାହିଁ । ଫଳରେ ନିଗମ ହରାଇଲାଣି ୫୦ କୋଟି ଟଙ୍କା । ନିର୍ବାଚନ ହୋଇ ନଥିବାରୁ ଅର୍ଥ କମିସନ ଅର୍ଥ ଦେଉନାହାନ୍ତି । କୌଣସି ଏକ ଓ୍ବାର୍ଡର ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ହେଉନି । ବାବୁ ବୁଝୁଛନ୍ତି ସହର କଥା । ମନମୁଖୀ ଚାଲିଛି କାମ । ବାବୁଗିରିକୁ ନେଇ ଅସନ୍ତୋଷ ଜନତା । ବର୍ଷ ବର୍ଷ ଧରି ମାମଲା କୋର୍ଟରେ ଗଡୁଛି । ଫଇସଲା ହେଉନାହିଁ । ଏପଟେ ଦିନ ଗଡ଼ୁଛି ସେପଟେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ୁଛି ।