କନକବ୍ୟୁରୋ: ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ  ଆନ୍ଦୋଳନକାରୀ ଡାକ୍ତର । ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ବିକ୍ଷୋଭରତ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କୋଲକାତା ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ବିକ୍ଷୋଭ ଜାରି ରଖିଛନ୍ତି।

Advertisment

ତଦନ୍ତରେ ବିଳମ୍ବ ହେଊଥିବାରୁ ଫାଷ୍ଟ ଟ୍ରାକ ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାର ୩ ଦିନ ପରେ ଅର୍ଥାତ୍ ଗତ ଅଗଷ୍ଟ ୧୩ ତାରିଖରେ ମାମଲାର ତଦନ୍ତକାର ସିବିଆଇକୁ ଦେଇଥିଲେ କୋଲକାତା ହାଇକୋର୍ଟ । ସେପଟେ ଆଜିଠୁ ଜୁନିୟର ଡାକ୍ତର , ଡାକ୍ତରମାନେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଇଛନ୍ତି । କିନ୍ତୁ ପିଡ଼ୀତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ  ଧାରଣା ଜାରୀ ରହିବ ବୋଲି ଜିଦରେ ଅଟଳ ଅଛନ୍ତି ବିକ୍ଷୋଭରତ ଡାକ୍ତର ।