କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଚାଲିଛି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ। ଏଏନଏମ ଓ ଗ୍ରାମାଂଚଳ ସ୍ୱାସ୍ଥ୍ୟ କର୍ମୀ ଚଳାଇଛନ୍ତି ମେଡିକାଲ । ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ନର୍ସ ମାନେ ଆନ୍ଦୋଳନକୁ ଯାଇଥିବା ବେଳେ ଖଲ୍ଲିକୋଟ ମେଡିକାଲରେ କିଭଳି କୌଣସି ଅସୁବିଧା ନହେବ ସେଥି ପାଇଁ ମେଡିକାଲ ତରଫରୁ ପଦେକ୍ଷପ ନିଆଯାଇଛି । ଗ୍ରାମାଞ୍ଚଳରେ କାମ କରୁଥିବା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡେପୁଟିସନରେ ଆଣି ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ତେବେ ଯଦି ଆଗକୁ ଏହି ଭଳି ନର୍ସ ଙ୍କ ଆନ୍ଦୋଳନ ଜାରିରହେ ତାହା ହେଲେ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖା ଦେବ । କାରଣ ଗ୍ରାମଂଚଳରେ କାମ କରୁଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମେଡିକାଲରେ ଚିକିତ୍ସା ସେବା ଯୋଗାଉ ଥିବା ବେଳେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେବ । .ତେଣୁ ଏବେଠୁ ପଦକ୍ଷେପ ନେବାକୁ କହିଛନ୍ତି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ  ।