କନକବ୍ୟୁରୋ:  ବାଂଲାଦେଶରେ ଅସ୍ଥିରତା ଭିତରେ  ଏବେ ରାଜ୍ୟ ସରାକରଙ୍କୁ ଘାରିଛି  ଅନୁପ୍ରବେଶକାରୀଙ୍କ ଚିନ୍ତା । କାରଣ, ଶହ ଶହ ବାଂଲାଦେଶୀ ଓଡିଶା ଶରଣରେ ଅଛନ୍ତି । ଆଉ ଏହି ସଂଖ୍ୟା ଧିରେ ଧିରେ  ବଢିଲାଣି । କେମିତି ଏମାନେ ଆସୁଛନ୍ତି ଆଉ କେମିତି ନାଗରିକତ୍ବ ପାଉଛନ୍ତି, ତାହା ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ଆଉ ଏତିକିବେଳେ ଏହି ବାଂଲାଦେଶଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । 
ବିଶେଷକରି ଭୁବନେଶ୍ବର, କେନ୍ଦ୍ରପଡା ଓ ପୁରୀରେ ଅଧିକ ବାଂଲାଦେଶୀ ଥିବା ଆଶଙ୍କାରେ ଚିହ୍ନଟ କରିବା ପାଇଁ କୁହାଯାଇଛି । ଏ ସଂକ୍ରାନ୍ତରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । 
୨୦୨୧ ମସିହା ସୁଦ୍ଧା ରାଜ୍ୟରେ ପ୍ରାୟ ୩ ହଜାର ୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି ।  କେନ୍ଦ୍ରପଡାରେ ସର୍ବାଧିକ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫
ନବରଙ୍ଗପୁରରେ ୧୦୬, ଭଦ୍ରକରେ ୧୯୯, ବରଗଡରେ ୨ ଜଣ ଥିବା ସରକାର ଗୃହରେ ଉତ୍ତର ରଖିଛନ୍ତି ।  ବାଂଲାଦେଶରେ ଅଶାନ୍ତିକୁ ଦୃଷ୍ଟିରେ ରଖି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆଲର୍ଟ ଜାରି କରାଯାଇଛି । ବିଶେଷକରି ସମୁଦ୍ରପଥରେ ଅନେକ ବାଂଲାଦେଶୀ ଆସିବା ସମ୍ଭାବନା ଥିବାରୁ  ସେଠାରେ କଡା ନଜର ରଖାଯାଇଛି ।