ତଡା ଖାଇବେ ଗାଦିମଡା ଅଫିସର । ଦୁର୍ନୀତି ଖୋର ଅଫିସରଙ୍କ ଭିତରେ କମ୍ପନ

Advertisment

ବଦଳିବ ପୁଲିସ କମିଶନରେଟର କାୟାକଳ୍ପ। ଆସୁ ଆସୁ ଆକ୍ସନ ମୋଡରେ ପୁଲିସ କମିଶନର। ଦୁର୍ନୀତି ଖୋର ଅଫିସରଙ୍କୁ କମିଶନରେଟରୁ ବିଦା କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୀର୍ଘଦିନ ଧରି କମିଶନରେଟରେ କାର୍ପଟଦାର ସାଜିଥିବା ପୁଲିସ ବାବୁଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ବଦଳିବ ପୁଲିସ କମିଶନରେଟର କାୟାକଳ୍ପ। ଆସୁ ଆସୁ ଆକ୍ସନ ମୋଡରେ ପୁଲିସ କମିଶନର। ଦୁର୍ନୀତି ଖୋର ଅଫିସରଙ୍କୁ କମିଶନରେଟରୁ ବିଦା କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୀର୍ଘଦିନ ଧରି କମିଶନରେଟରେ କାର୍ପଟଦାର ସାଜିଥିବା ପୁଲିସ ବାବୁଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

police

କନକ ବ୍ୟୁରୋ: ବଦଳିବ ପୁଲିସ କମିଶନରେଟର କାୟାକଳ୍ପ। ଆସୁ ଆସୁ ଆକ୍ସନ ମୋଡରେ ପୁଲିସ କମିଶନର। ଦୁର୍ନୀତି ଖୋର ଅଫିସରଙ୍କୁ କମିଶନରେଟରୁ ବିଦା କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୀର୍ଘଦିନ ଧରି କମିଶନରେଟରେ କାର୍ପଟଦାର ସାଜିଥିବା ପୁଲିସ ବାବୁଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହାରି ଭିତରେ ପୁର୍ବ ସରକାରଙ୍କ ଗେହ୍ଲାପୁଅ ସାଜିଥିବା ଏକାଧିକ ଦାଗୀ ଅଫିସରଙ୍କ ନାଁ ରହିଥିବା ନେଇ ଚର୍ଚ୍ଚା ହେଉଛି। ଆଉ କିଛି ଖାକି ବର୍ଦିକୁ ବଦନାମ କରି ମାଲାମାଲ ହୋଇଛନ୍ତି। 

ଆଇଆଇସିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଡିସିପି ପର୍ଯ୍ୟନ୍ତ ଅଫିସରଙ୍କ ରିପୋର୍ଟ କାର୍ଡ ମାଗିଛନ୍ତି ନୁଆ କମିଶନର। ତେବେ ପର୍ଫମାନ୍ସ ରିପୋର୍ଟ ଆଧାରରେ କାର୍ଯାନୁଷ୍ଠାନ ନେବା ସହ ଏହି ବଦଳି କରାଯିବ। ଯାହାକୁ ନେଇ ପୁଲିସ କମିଶନରେଟରେ କୋକୁଆ ଭୟ। ଦୁର୍ନିତି ଖୋର ଅଫିସରଙ୍କ ଭିତରେ ଆରମ୍ଭ ହେଲାଣି କମ୍ପନ। ତେବେ କେଉଁ ଅଫିସରଙ୍କୁ କାହିଁକି ବଦଳି ହୋଇନି ସେନେଇ ତର୍ଜମା ଆରମ୍ଭ କରିଛନ୍ତି ପୁଲିସ କମିଶନର। 

ସେପଟେ ଭରତପୁର ଥାନାର କାରନାମା କମିଶନରେଟ ପୁଲିସକୁ ବଦନାମ କରିଥିଲା । ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରିଦେଲା। ତେଣୁ ଶୁନ୍ୟ ସହନଶୀଳ ନିତି ଅବଲମ୍ବନ ପାଇଁ ତୃତୀୟ ମହଲବାରୁ ସଂକେତ ଆସିଛି। ପୁଲିସ କମିଶନର ଗଣମାଧ୍ୟମକୁ ଦେଇଥିବା ସୁଚନା ଲୋକଙ୍କ ଭିତରେ ଆଶା ସଞ୍ଚାର ହୋଇଛି। ସେପଟେ ବଡ ବଡ ବାବୁ ମାନଙ୍କର ତୁଷ୍ଟିକରଣରେ ଲାଗିଥିବା ପ୍ରଭାବଶାଳୀ ଅଫିସରଙ୍କ ଭିତରେ ଭାଳେଣି ପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe