କନକ ବ୍ୟୁରୋ :ସମ୍ବଲପୁରର ବହୁଚର୍ଚ୍ଚିତ ସମର୍ଥ ଅନୁ୍ଷ୍ଠାନର ଆର୍ଥିକ କାରବାର ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ସରକାରୀ ଓ ବେସରକାରୀ ଅନୁଦାନ ନେଇ ପୁଲିସ ଓ ସାମାଜିକ ସୁରକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି ।
ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବା ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ ଚନ୍ଦ୍ର ଦାସ କେଉଁଠୁ କେତେ ଟଙ୍କା ଅନୁଦାନ ପାଇଥିଲେ ? ତା’ର ସୁବିନିଯୋଗ ହୋଇଛି କି ନାହିଁ ? ନା ଅନିୟମିତତା ହୋଇଛି? ଏସବୁର ଖୋଳତାଡ଼ ଆରମ୍ଭ ହୋଇଛି। ପୁଲିସ ଓ ସାମାଜିକ ସୁରକ୍ଷା ବିଭାଗ ସରକାରୀ ଅନୁଦାନ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ କରିଛନ୍ତି । ବିଭାଗୀୟ ଅଧିକାରୀ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ।
ସମର୍ଥ ଅନୁଷ୍ଠାନ ସରକାରଙ୍କ ପକ୍ଷରୁ ୨୦୨୩ ମସିହାରେ ପତ୍ରସଂଖ୍ୟା ୨୯୦୮ ଅନୁଯାୟୀ ୬ ଲକ୍ଷ ଟଙ୍କା ଓ ପତ୍ରସଂଖ୍ୟା ୭୯୩୧ ଅନୁଯାୟୀ ସେହିବର୍ଷ ୧୨ ଲକ୍ଷ ଟଙ୍କା, ୨୦୨୪ରେ ପତ୍ରସଂଖ୍ୟା ୨୮୯୪ ଅନୁଯାୟୀ ୧୨ ଲକ୍ଷ ଓ ସେହିବର୍ଷ ପତ୍ରସଂଖ୍ୟା ୬୫୭୦ ଅନୁଯାୟୀ ୭ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ପାଇଛି। କେବଳ ସରକାରୀ ନୁହେଁ, ବେସରକାରୀ ଅନୁଦାନ ବି ପାଇଛି ସମର୍ଥ ଅନୁଷ୍ଠାନ । ଏସବୁର ଖୋଳତାଡ଼ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/01/Pte0NzZ2XsBpGYMVLqIx.jpg)