ଧର୍ମଘଟରୁ ଓହରିଲେ ଘରୋଇ ବସ ମାଲିକ ସଂଘ , ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘର ନିଷ୍ପତ୍ତି

ନିଜ ନିଷ୍ପତ୍ତିରୁ ଓହରିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ଫଳରେ ପୂର୍ବଭଳି ଆଜି ସନ୍ଧ୍ୟାରୁ ଯେଉଁଭଳି ବସ୍ ଚାଲିବା କଥା ସେଭଳି ଚାଲିବ ।

433

କନକବ୍ୟୁରୋ:ନିଜ ନିଷ୍ପତ୍ତିରୁ ଓହରିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ଫଳରେ ପୂର୍ବଭଳି ଆଜି ସନ୍ଧ୍ୟାରୁ ଯେଉଁଭଳି ବସ୍ ଚାଲିବା କଥା ସେଭଳି ଚାଲିବ । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ବ୍ରହ୍ମପୁର ବାସଭବନରେ ଆଜି ସଂଘ ସହ ବୈଠକ ହୋଇଥିଲା। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ନିଜ ଆନ୍ଦୋଳନ ନିଷ୍ପତ୍ତିର ଓହରିଛି। 

ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଗଡିବନି ବୋଲି ନିଷ୍ପତ୍ତି ନେଇଥିଲା ସଂଘ । ଲକ୍ଷ୍ମୀ ବସକୁ ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ ପାଇଁ ରାଜ୍ୟ ସରକାର ପୁଣିଥରେ ବିଜ୍ଞପ୍ତି ଜାରି କରିବା ପରେ ଏପରି ନିଷ୍ପତ୍ତି ନେଇଥିଲା ଘରୋଇ ବସ୍ ମାଲିକ ସଂଘ। ତେବେ ମନ୍ତ୍ରୀଙ୍କ ସହ ବୈଠକରୁ ବାହାରିଛି ନିର୍ଯାସ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe