କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାନୁଆରୀ ୮ତାରିଖ ରାତି ୮ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ । ସେଠାରେ ରାତ୍ରୀ ଜାପନ କରିବେ। ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦୀ । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ଅଠରତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ । ଦିନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ନରେନ୍ଦ୍ର ମୋଦୀ । ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ । ୮ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ । ରାଜ୍ୟରେ ଏବେଠୁ ପହଞ୍ଚିଲେଣି ବିଦେଶ ଅତିଥି ।
ଚଳିତ ମାସ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜାନୁଆରୀ ୨୮ରେ ଆସିବେ ନରେନ୍ଦ୍ର ମୋଦୀ
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାନୁଆରୀ ୮ତାରିଖ ରାତି ୮ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ ।
/kanak/media/media_files/2025/01/04/zbDeojvulOJlvcpVMem4.jpg)