କନକବ୍ୟୁରୋ: ଦେଶବ୍ୟାପୀ ପବିତ୍ର ନବରାତ୍ରୀ ଉତ୍ସବ ଜାରି ରହିଛି । ଏହାରି ଭିତରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏକା ସମୟରେ ରାବଣ ପୋଡୀ ଉତ୍ସବରେ ସାମିଲ ହୋଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

Advertisment

ଶନିବାର ସଂଧ୍ୟାରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ରାବଣ ଦହନ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହାତରେ ଧନୁ ତୀର ଧାରଣ କରି ଉତ୍ସବରୁ ଶୁଭାରମ୍ଭ କରିଥିଲେ ମୋଦୀ । ଅନ୍ୟପଟେ ଦିଲ୍ଲୀର ନବଶ୍ରୀ ଧାର୍ମିକ ପୂଜା କମିଟି ଦ୍ବାରା ଆୟୋଜିତ ରାବଣ ପୋଡୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ସେ ମଧ୍ୟ ଧନୁ ତୀର ଧାରଣ କରି ରାବଣ ପୋଡୀ ଉତ୍ସବକୁ ଆରମ୍ଭ କରିଥିଲେ । ଦଶହରା ଅବସରରେ ଦେଶର ଦୁଇ ରାଜନେତାଙ୍କ କିଛି ଫୋଟ ଭାଇରାଲ ହେବାରେ ଲାଗିଛି । ଦେଶବ୍ୟାପୀ ଦଶହରାର ଧୁମ । ମାଙ୍କ ପୂଜା ପାଇଁ ଉତ୍ସବ ମୂଖର ରହିଛି ସହରଠୁ ଆରମ୍ଭ କରି ଗାଁ । ଶନିବାର ରାତିରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡୀ ଉତ୍ସବ ଆୟୋଜିତ ହୋଇଯାଇଛି ।

ଅସତ୍ୟ ଉପରେ ସତ୍ୟର ଜୟର ପ୍ରତୀକ ରୂପେ ରାବଣକୁ ଦହନ କରାଯାଇଛି । ଅନେକ ରାଜ୍ୟରେ ରାବଣ ପୋଡୀ ଉତ୍ସବର ଚିତ୍ରା ସାମ୍ନାକୁ ଆସିଛି । ବିରାଟକାୟ ରାବଣ ପ୍ରତିମୂର୍ତୀରେ ନିଆଁ ଲଗାଇଁ ଦହନ କରାଯାଇଛି । ଯାହାକୁ ଉପଭୋଗ କରିଛନ୍ତି ଲକ୍ଷ ଲକ୍ଷ ଲୋକ ।  ବଲିଉଡ କଳାକାର ମାନେ ରାବଣ ପୋଡୀ ଉତ୍ସବରେ ସାମିଲ ହୋଇଛନ୍ତି ।

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆୟୋଜିତ ରାବଣ ଦହନ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଅଜୟ ଦେବଗନ, ଅଭିନେତ୍ରୀ କରୀନା କାପୁର  ଓ ନିର୍ଦ୍ଦେଶକ ରୋହିତ ସେଠୀଙ୍କୁ ଦେଖିବାକୁ ମିଳିଥିଲା । ହାତରେ ଧନୁ ତୀର ଧରି ସମସ୍ତେ ରାବଣ ପୋଡୀ କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଥିଲେ। ବଲିଉଡ ଷ୍ଟାରଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କର ଭିଡ ଜମିଥିଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ।  

କୋଲକାତାରେ ନିଆରା ଦୁର୍ଗା ପୂଜା । ସବୁଠି ବିଜୟା ଦଶମୀ ପରେ ମାଆଙ୍କ ଭସାଣ ପର୍ବ ହେଉଥିବା ବେଳେ କୋଲକାତାର ଅନେକ ସ୍ଥାନରେ ମାଆ ଜଗତଜନତୀଙ୍କୁ ବିଦାୟ ଦିଆଯାଇଛି ।

କୋଲକାତର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହୋଇଛି ମାଆଙ୍କ ଭସାଣ ପର୍ବ । ଦେବୀ ଦଶଭୁଜାଙ୍କ ମେଢ଼କୁ ଶୋଭାଯାତ୍ରାରେ ନୋବା ସହ ନଦୀରେ ମେଲାଣୀ ଦେଇଛନ୍ତି ଶ୍ରଦ୍ଧାଳୁ । ମାଆଙ୍କ ଭସାଣ ପର୍ବ ଦେଖିବାକୁ ଭିଡ଼ ଜମିଛି ।