କନକ ବ୍ୟୁରୋ: ରାତି ୮ଟାରେ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ । ଅପରେସନ ସିନ୍ଦୂର ପରେ ପ୍ରଥମ ସମ୍ୱୋଧନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ କଣ କହିବେ ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର । ଅପରେସନ ସିନ୍ଦୂର ସମ୍ପର୍କରେ କିଛି ସୂଚନା ଦେଇପାରନ୍ତି । ଅପରେସନ ସିନ୍ଦୂର ବେଳେ ପ୍ରଧାନମନ୍ତ୍ରୀ ପୂରା ଘଟଣା ଉପରେ ନଜର ରଖିଥିଲେ । ଆଉ ଘନ ଘନ ଉଚ୍ଚସ୍ତରୀୟ ବୈଠକ ବି କରିଥିଲେ । ଆଉ ଏବେ ଭାରତ ପାକିସ୍ତାନ ଭିତରେ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧନ କରିବେ । ତେବେ ମୋଦୀ ସମ୍ୱୋଧନ ଉପରେ କେବଳ ଦେଶ ନୁହେଁ ସାରା ବିଶ୍ୱର ନଜର ରହିବ ।
ଏହାପୂର୍ବରୁ ଆଜି ୩ ସେନା ପ୍ରେସମିଟ୍ କରିଥିଲେ । ଆଉ ନିଜ ପରାକ୍ରମ ବିଷୟରେ କହିଥିଲେ । କିଭଳି ପାକିସ୍ତାନକୁ ଭାରତ ଜବାବ ଦେଇଥିଲା ତାହା ଦେଶବାସୀଙ୍କୁ ଜଣାଇଥିଲେ । ସେନା କହିଥିଲା କି, ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଥିଲା ଭାରତ । ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ।