କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଜ୍ୟ ସଭାରେ ଭାଷଣ ରଖି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ପୁଣି ଥରେ ଜରୁରୀକାଳୀନ ସ୍ଥିତି କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ, ବିଜେପି ପାଇଁ ସବୁବେଳେ ଦେଶ ହିଁ ପ୍ରାଥମିକତା। ହେଲେ କଂଗ୍ରେସ ପାଇଁ ପରିବାର ହିଁ ପ୍ରାଥମିକତା । ଜରୁରୀ ପରିସ୍ଥିତି ସମୟରେ କଂଗ୍ରେସ ଜର୍ଜ ଫର୍ଣ୍ଣାଡିସ୍ ଭଳି ନେତାଙ୍କୁ ଜେଲ୍ ପୁରାଇ ଦେଇଥିଲା । ଏପରିକି ଏମଜେନ୍ସିକୁ ସମର୍ଥନ କରିବାକୁ ଅଭିନେତା ଦେବାନନ୍ଦଙ୍କୁ ବାଧ୍ୟ କରାଯାଇଥିଲା । 

Advertisment

ହେଲେ ସେ ମାନିନଥିଲେ। ଫଳରେ ତାଙ୍କ ଫିଲମ୍ପକୁ ଦୂରଦର୍ଶନରେ ପ୍ରସାରିତ ହେବାକୁ ଦିଆଯାଇ ନଥିଲା ବୋଲି ମୋଦୀ ଅଭିଯୋଗ କରିଛନ୍ତି । ସେହିପରି ଆମ୍ବେଦକରଙ୍କ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସର ଦୀର୍ଘ ବର୍ଷର ଶାସନ ଅମଳରେ ଆମ୍ବେଦରକରଙ୍କୁ କାହିଁକି ଭାରତ ରତ୍ନ ମିଳିଲା ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି ।