କନକ ବ୍ୟୁରୋ : ମରିସସରେ ପ୍ରଧାନମନ୍ତ୍ରୀ ମୋଦୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ୍ । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ୩୪ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ମରିସସର ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତ ଗବଇ’ନାମକ ପାରମ୍ପାରିକ ବିହାରୀ ଗୀତ ମାଧ୍ୟମରେ ସ୍ବାଗତ ଜଣାଇଥିଲେ । ସେପଟେ ରାଷ୍ଟ୍ରପତିଙ୍କ ଗଙ୍ଗାଜଳ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ।