କନକବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ମିଳିଛି ।  ମହାରାଷ୍ଟ୍ରର ଓ୍ବାଶିମ୍‌ଠାରେ ଏକ କାର୍ୟ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଜରିଆରେ ପଠାଯାଇଛି । 

Advertisment

ପିଏମ୍‌-କିଷାନ ଯୋଜନା୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା। ଉକ୍ତ ଯୋଜନାରେ ହିତାଧିକାରୀ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ ।

ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ ପ୍ରବେଶ କରି ସୂଚନା ପାଇପାରିବ।