ରାୟଗଡା ରେଳମଣ୍ଡଳର ବିଲ୍ଡିଂର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଆଭାସି ମାଧ୍ୟମରେ ଯୋଡି ହୋଇ କଲେ ଓଡ଼ିଶା ରେଳ ବିକାଶର ପ୍ରଶଂସା

Advertisment

ରାୟଗଡାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡା ରେଳମଣ୍ଡଳର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାୟଗଡା ରେଳମଣ୍ଡଳ ହେବା ଦ୍ବାରା ଦକ୍ଷିଣ ଓଡିଶାର ରେଳ ଭିତ୍ତିଭୂମି ଓ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । 

ରାୟଗଡାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡା ରେଳମଣ୍ଡଳର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାୟଗଡା ରେଳମଣ୍ଡଳ ହେବା ଦ୍ବାରା ଦକ୍ଷିଣ ଓଡିଶାର ରେଳ ଭିତ୍ତିଭୂମି ଓ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । 

ରାୟଗଡାରେ ରେଳ ଡିଭିଜନ

ରାୟଗଡାରେ ରେଳ ଡିଭିଜନ Photograph: (KanakNews )

କନକ ବ୍ୟୁରୋ: ରାୟଗଡାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡା ରେଳମଣ୍ଡଳର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାୟଗଡା ରେଳମଣ୍ଡଳ ହେବା ଦ୍ବାରା ଦକ୍ଷିଣ ଓଡିଶାର ରେଳ ଭିତ୍ତିଭୂମି ଓ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । 

  • ରାୟଗଡା ରେଳମଣ୍ଡଳର ଶୁଭ ଦେଲେ ମୋଦି
  • ରେଳ ପରିଚାଳନାରେ ଆସିବ ଉନ୍ନତି

ରାୟଗଡ଼ା ରେଳ ମଣ୍ଡଳ ପାଇଁ ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି। ଶିଳାନ୍ୟାସ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ ବର୍ଷ ଭିତରେ ରେଳବାଇରେ ବିକାଶ ସମ୍ଭବ ହୋଇଛି। ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ରାୟଗଡା ରେଳବାଇ ପଡିଆରେ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥି ସାମିଲ ହୋଇଥିଲେ । ରାୟଗଡା ରେଳମଣ୍ଡଳର ପରିକଳ୍ପନା  ୨୦୧୭-୧୮ ମସିହାରେ ହୋଇଥିଲା । ଏବେ ୭ ବର୍ଷ ପରେ ସ୍ଥାନୀୟ ଲୋକଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ରାୟଗଡା ରେଳମଣ୍ଡଳ ଦ୍ବାରା ରାୟଗଡା, କୋରାପୁଟ ଭଳି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡିକରେ ରେଳ ଭିତ୍ତିଭୂମିର ବିକାଶ ହୋଇପାରିବ ।

  • ରାୟଗଡା ରେଳମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୦୭ କୋଟି
  • କୋରାପୁଟ, ରାୟଗଡା, କଳାହାଣ୍ଡିରେ ରେଳ ପରିଚାଳନା ଓ ଭିତ୍ତିଭୂମିରେ ଉନ୍ନତି ଆସିବ
  • ଯୋଗାଯୋଗ ଓ ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହେବ
  • ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ନିଯୁକ୍ତି ସୃଷ୍ଟି ହେବ
  • ୩ ବର୍ଷ ଭିତରେ ରେଳମଣ୍ଡଳ ମୁଖ୍ୟ ଭବନର କାମ ସରିବ

ରାୟଗଡା ରେଳମଣ୍ଡଳ ହେବା ଦ୍ବାରା ଅନେକ ଟ୍ରେନ ଏଠାରୁ ଚଲାଚଳ ଆରମ୍ଭ କରିବ । ବିଭିନ୍ନ ପ୍ରସ୍ତାବିତ ରେଳଲାଇନର କାମ ବି ଆଗକୁ ବଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe