କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି କ୍ରମରେ ୬୦ ଟି ଦେଶର ପ୍ରବାସୀ ଭାରତୀୟମାନେ ରାଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି । ବିମାନ ବନ୍ଦରରେ ସ୍ବାଗତ ପାଇଁ ଉପସ୍ଥିତ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗତ ଦୁଇଦିନ ହେବ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଆସି ସାରିଛନ୍ତି । ଆସନ୍ତା କାଲି ଏହି ସମ୍ମିଳନୀରେ ଯୋଗଦେବାକୁ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନବନ୍ଦର ପାଖରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମେୟର ସୁଲୋଚନା ଦାସଙ୍କ ସମେତ କିଛି କେନ୍ଦ୍ରମନ୍ତ୍ରୀ ବିମାନ ବନ୍ଦରରେ ପହଂଚିଛନ୍ତି । ଆସନ୍ତା କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ . ବିମାନବନ୍ଦରରେ ଭବ୍ୟ ସ୍ୱାଗତ । ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ
ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି କ୍ରମରେ ୬୦ ଟି ଦେଶର ପ୍ରବାସୀ ଭାରତୀୟମାନେ ରାଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି
/kanak/media/media_files/2025/01/08/zm0ejiP6ad323Cawo2kP.jpg)