କନକ ବ୍ୟୁରୋ :  ଦିନକୁ ଦିନ ମହଙ୍ଗା ହେଲାଣି ଖାଇବା ତେଲ । ପାର୍ବଣ ଋତୁରେ ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଖାଉଟି । ଗତ ମାସ ତୁଳନାରେ ପାମ୍ ଅଏଲ ଦର ୩୭ ପ୍ରତିଶତ ବଢିଗଲାଣି । ଖାଲି ପାମ୍ ଅଏଲ ନୁହେଁ, ସୋରିଷ ତେଲ ଓ ସୂର୍ଯ୍ୟମୂଖୀ ତେଲର ମଧ୍ୟ ଦର ବୃଦ୍ଧି ପାଇଛି । ଫଳରେ ଏହାର ପ୍ରଭାବ ହାଣ୍ଡିଶାଳରେ ପଡିଛି । ଗତମାସ ତୁଳନାରେ ସୋରିଷ ତେଲ ଦର ୨୯ ପ୍ରତିଶତ ବୃଦ୍ଧି ପାଇଛି । ପନିପରିବା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ଖୁଚୁରା ମୁଦ୍ପାସ୍ପୀତି ୯ମାସର ୫.୫ ପ୍ରତିଶତ ସ୍ତର ଛୁଇଁଥିଲା । ଗତମାସରେ କେନ୍ଦ୍ର ସରକାର ଅଶୋଧିତ ସୋୟାବିନ୍, ପାମ୍ ଓ ସୂର୍ଯ୍ୟମୂଖୀ ତେଲର ଆମଦାନି ଟିକସ ବଢାଇଥିଲେ । ଭାରତ ତାର ମୋଟ ଖାଇବା ତେଲର ଆବଶ୍ୟକତାର ୫୮ % ଆମଦାନି ଦ୍ବାରା ପୂରଣ କରୁଛି । ଯାହାକୁ ନେଇ ଖାଇବା ତେଲର ଦର ବଢିବାରେ ଲାଗିଛି ।