ରାଗ ବୁଝିଲାନି ସମ୍ଫର୍କର ମୁଲ୍ୟ: ନିଶାଶକ୍ତ ଅବସ୍ଥାରେ ଭାଇକୁ ମାରିଦେଲା ଭାଇ

ରାଗ ବୁଝିଲାନି ରକ୍ତର ମୂଲ୍ୟ, ଭାଇବୋହୁକୁ ବଞ୍ଚାଇବାକୁ ସାନଭାଇକୁ ପିଟି ମାରିଦେଲା ବଡ଼ ଭାଇ। କଟକ ଗୁରୁଡ଼ିଝାଟିଆ ଥାନା ଖିରିଖିଆ ଗାଁରୁ ଏଭଳି ବୀଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି। ନିଶାସକ୍ତ ଅବସ୍ଥାରେ ସାନଭାଇ ବରଜୁ ବଦରା ନିଜ ସ୍ତ୍ରୀକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବଡ଼ଭାଇ ବେହେରା ବଦରା ଏହାକୁ ବିରୋଧ କରିଥିଲା

daeth 11

କନକବ୍ୟୁରୋ : ରାଗ ବୁଝିଲାନି ରକ୍ତର ମୂଲ୍ୟ, ଭାଇବୋହୁକୁ ବଞ୍ଚାଇବାକୁ ସାନଭାଇକୁ ପିଟି ମାରିଦେଲା ବଡ଼ ଭାଇ। କଟକ ଗୁରୁଡ଼ିଝାଟିଆ ଥାନା ଖିରିଖିଆ ଗାଁରୁ ଏଭଳି ବୀଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନିଶାସକ୍ତ ଅବସ୍ଥାରେ ସାନଭାଇ ବରଜୁ ବଦରା ନିଜ ସ୍ତ୍ରୀକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବଡ଼ଭାଇ ବେହେରା ବଦରା ଏହାକୁ ବିରୋଧ କରିଥିଲା ।

ପାଟିତୁଣ୍ଡ ଉଗ୍ରରୂପ ନେବାରୁ ବରଜୁ ବଦରା ଉପରେ କୋଦାଳରେ ଆକ୍ରମଣ କରିଥିଲା ବେହେରା ବଦରା। ଘଟଣା ସ୍ଥଳରେ ହିଁ ସାନଭାଇର ମୃତ୍ୟୁ ଘଟିଥିଲା । ଖବର ପାଇ ଗୁରୁଡିଝାଟିଆ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ହତ୍ୟାର ତଦନ୍ତ ଆରମ୍ଭ କରିଛି । ବଡ଼ଭାଇ ବଦରା ବେହେରାକୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe