୯ଟି ମାଛର ଦାମ୍ ୧୫ ଲକ୍ଷ ଟଙ୍କା । ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଦାମିକିଆ ତେଲିଆ ଶିଳା ମାଛ

Advertisment

୯ଟି ମାଛର ଦାମ୍ ୧୫ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ ।

୯ଟି ମାଛର ଦାମ୍ ୧୫ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ ।

Fish

କନକ ବ୍ୟୁରୋ : ୯ଟି ମାଛର ଦାମ୍ ୧୫ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ । ୯ଟି ମାଛର ଓଜନ ୧ କ୍ବିଣ୍ଟାଲ ୯୯ କେଜି ହୋଇଥିବା ବେଳେ କିଲୋ ପ୍ରତି ୭ ହଜାର ୫୦୦ ଟଙ୍କାରେ ବିକ୍ରି ହୋଇଛି ମାଛ । ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ଟ୍ରଲର ଜାଲରେ ଧରାପଡ଼ିଥିଲା ଏହି ତେଲିଆ ଶିଳା ମାଛ। 

ଦୀଘା ମୁହାଣରେ ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ୯ଟି ମାଛକୁ କୋଲକତାର ଏକ କମ୍ପାନୀ ୧୫ ଲକ୍ଷ ୧୫ ହଜାର ଟଙ୍କାରେ  କିଣିଥିବା ସୂଚନା ମିଳିଛି । ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe