ଫାଇଭ-ଟି ସ୍କୁଲ ନାମରେ ପୂର୍ବ ସରକାର ଖର୍ଚ୍ଚ କରିଥିଲେ ୩ ହଜାର ୮୭ କୋଟି । କିନ୍ତୁ ଭିତରେ ଫାଙ୍କା, ଖାଲିପଡିଛି ହଜାର ହଜାର ଶିକ୍ଷକ ପଦ

ତେବେ ଫାଇଭ୍ ଟି ସ୍କୁଲରେ ଦୁର୍ନୀତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ। 

30k

କନକ ବ୍ୟୁରୋ :  ଗୁରୁବାର ମୁଖ୍ୟମନ୍ତ୍ରୀ ଫାଇଭ୍ ଟି ସ୍କୁଲର ଗୁମର ଖୋଲିଥିଲେ। ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବା ପାଇଁ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିବାର ଦିନକ ପରେ ସାମନାକୁ ଆସିଛି ଫାଇଭ୍ -ଟି ଅଧିନରେ କେମିତି ଖାଲି ବାହାର ଚିକ୍ ଚିକ୍ ଦେଖା ଯାଉଛି। କିନ୍ତୁ ଭିତର ଫମ୍ପା। ଫାଙ୍କା ପଡିଛି ହଜାର ହଜାର ଶିକ୍ଷକ ପଦ।   ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ରଖିଥିବା ଉତ୍ତର ଉପରେ ନଜର ପକାନ୍ତୁ। 
- ରାଜ୍ୟରେ ଖାଲି ପଡିଛି ୩୦ ହଜାର ୫୪୦ ଶିକ୍ଷକ ପଦବୀ 
- ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ହଜାର ୯୮ ଶିକ୍ଷକ ପଦବୀ ଖାଲି 
- ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ୨୩୭୨ ପଦବୀ ଖାଲି ରହିଛି 

 ଏସବୁ ଭିତରେ ୫ଟି ସ୍କୁଲ ନାଁରେ କେମିତି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତାର ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି  ବିଭାଗୀୟ ମନ୍ତ୍ରୀ। ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ରଖିଥିବା ଉତ୍ତର ଉପରେ ନଜର ପକାନ୍ତୁ। 
- ଓଡ଼ିଶାରେ ‘ମୋ ସ୍କୁଲ’ ଅଧିନରେ  ୬ହଜାର ୫୬୪ ଟି ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଛି 
- ‘ମୋ ସ୍କୁଲ’ ତରଫରୁ ଖର୍ଚ୍ଚ ହୋଇଛି ୩ ହଜାର ୮୭ କୋଟି ୩୫ ଲକ୍ଷ ଟଙ୍କା 

ତେବେ ଫାଇଭ୍ ଟି ସ୍କୁଲରେ ଦୁର୍ନୀତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ। 

 ବିଜେଡି ସରକାର ଫାଇଭ-ଟି ଅଧୀନରେ ସ୍କୁଲଗୁଡିକର ରୂପାନ୍ତରଣ କରାଯାଇଛି ବୋଲି କହି ଆସୁଥିଲା। କିନ୍ତୁ ଏବେ ଯେଉଁ ଚିତ୍ର ଆସୁଛି ତାହା ସତକୁ ପଦାରେ ପକାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe