କନକ ବ୍ୟୁରୋ : ଫେଲ୍ ମାରିଛି ସ୍କୁଟି ଯୋଜନା । ମାସ ମାସ ଧରି ଦରମା ନମିଳିବାରୁ ମହିଳା ଋଣ ଶୁଝି ପାରୁନଥିବା ଅଭିଯୋଗ । ଅନ୍ୟପଟେ ଋଣ ଦେଇ ଚିନ୍ତାରେ ବ୍ୟାଙ୍କ । ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପୂର୍ବ ସରକାର ଆରମ୍ଭ କରିଥିଲେ ସ୍କୁଟି ଯୋଜନା । ସ୍ୱୟଂ ସହାୟକ ଗୋଷ୍ଠୀ, ଏମ୍ବିକେ, ବ୍ୟାଙ୍କ ମିତ୍ର, ସିଆର୍ପିସିଏମ୍, ଜିପିଏଲ୍ଏଫ୍ ଓ ବିଏଲ୍ଏଫ୍ଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୪୬୬ ଜଣ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୪ କୋଟି ୫୭ ଲକ୍ଷ ଟଙ୍କାର ସ୍କୁଟି ମିଳିଥିଲା । ହେଲେ ୮ ମାସ ହେଲାଣି ଦରମା ମିଳୁନି । ଋଣ କେମିତି ଶୁଝିବୁ ବୋଲି ପ୍ରଶ୍ନ କରିଛନ୍ତି ଶତାଧିକ ମହିଳା ।
ଏବେ ସୁଦ୍ଧା ମାତ୍ର ୧ କୋଟି ଟଙ୍କା ଫେରିଛି । ଖାଲି ସ୍କୁଟି ଯୋଜନା ନୁହେଁ, ଏସ୍ଏଚ୍ଜି ସଦସ୍ୟାମାନେ ଯେଉଁ ଋଣ ନେଇଥିଲେ ତାହା ଫେରାଉନଥିବା ଅଭିଯୋଗ ଆସିଛି , ଋଣ ଦେଇ ଚିନ୍ତାରେ ବ୍ୟାଙ୍କ । ଏହି ତାଲିକାର ଶୀର୍ଷରେ ଅଛି କୋରାପୁଟ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ । ତା ପଛକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ କୋ-ଅପରେଟିଭ୍ ବ୍ୟାଙ୍କ । ସ୍କୁଟି ଋଣ ଠିକ୍ ସମୟରେ ଶୁଝିଦେଲେ ସୁଧ ଲାଗିବ ନାହିଁ ବୋଲି ନିୟମ ଥିଲା । ଏବେ ଏହା ବିଫଳ ହେଲା ପରି ମନେ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/7pm2-2025-10-11-19-47-55.jpg)