ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା: ଫଟୋ ଉଠାଇ ଭୁଲିଗଲେ ପୂର୍ବ ସରକାର

Advertisment

ପ୍ରହସନ ପାଲଟିଲା ପ୍ରୋତ୍ସାହନ। ଘୋଷଣାରେ ସୀମିତ ପୁରସ୍କାର ଅର୍ଥରାଶି। ବିଶ୍ୱ ଦକ୍ଷତା ପ୍ରତିଯୋଗିତା ବିଜେତାଙ୍କୁ ଏଯାଏଁ ମିଳିନି ପୂର୍ବ ସରକାର ଘୋଷଣା କରିଥିବା ଅର୍ଥରାଶି।

ପ୍ରହସନ ପାଲଟିଲା ପ୍ରୋତ୍ସାହନ। ଘୋଷଣାରେ ସୀମିତ ପୁରସ୍କାର ଅର୍ଥରାଶି। ବିଶ୍ୱ ଦକ୍ଷତା ପ୍ରତିଯୋଗିତା ବିଜେତାଙ୍କୁ ଏଯାଏଁ ମିଳିନି ପୂର୍ବ ସରକାର ଘୋଷଣା କରିଥିବା ଅର୍ଥରାଶି।

rgr

କନକ ବ୍ୟୁରୋ: ପ୍ରହସନ ପାଲଟିଲା ପ୍ରୋତ୍ସାହନ। ଘୋଷଣାରେ ସୀମିତ ପୁରସ୍କାର ଅର୍ଥରାଶି। ବିଶ୍ୱ ଦକ୍ଷତା ପ୍ରତିଯୋଗିତା ବିଜେତାଙ୍କୁ ଏଯାଏଁ ମିଳିନି ପୂର୍ବ ସରକାର ଘୋଷଣା କରିଥିବା ଅର୍ଥରାଶି। ୨ ବର୍ଷ ତଳେ ବିଜେତାଙ୍କୁ ୫୦ଲକ୍ଷ ଟଙ୍କାର ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ ତତ୍କାଳୀନ ସରକାର। ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି। 

ବିଜେଡି ସରକାରର ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ପାଲଟିଲା ପ୍ରହସନ। ୨୦୨୨ରେ ଘୋଷଣା ହୋଇଥିବା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏଯାଏଁ ପାଇନାହାନ୍ତି ବିଜେତା। ଯାହାକୁ ନେଇ ଏବେ ପ୍ରଶ୍ନ ଘେରରେ ପୂର୍ବ ସରକାର। ପ୍ରବୀଣ କୁମାର ଗିରି । ଯିଏ ୱାର୍ଲ୍ଡ ସ୍କିଲ କମ୍ପିଟିସନ-୨୦୨୨ରେ ୱାଟର ଟେକ୍ନୋଲୋଜିରେ ସିଲଭର ବିଜେତା ହୋଇଥିଲେ। ଏହାରି ଭିତରେ ୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ପୁରସ୍କାର ଟଙ୍କା ପାଇନାହାନ୍ତି । ପୂର୍ବ ସରକାରକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆସିବା ପରେ ବଢିଛି ଆରୋପ ପ୍ରତ୍ୟାରୋପର ରାଜନୀତି। ନିଜ ଦୋଷ ଘୋଡାଇବାକୁ ଯାଇ ବିଜେଡି କହିଛି, ହୁଏତ କୌଣସି ତୃଟି ପାଇଁ ଏମିତି ହୋଇଥାଇ ପାରେ । ତେବେ ବର୍ତ୍ତମାନର ସରକାର ଏହାର ସମାଧାନ କରିବା ଉଚିତ। ସେପଟେ ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବା ସହ ତଦନ୍ତ ହେବ।  

ପୂର୍ବ ସରକାର ନାଁରେ ପୁଳା ପୁଳା ଦୁର୍ନୀତି ଅଭିଯୋଗ ଭିତରେ, ବିଶ୍ବ ଦକ୍ଷତା ପ୍ରତିଯୋଗିତାର ପଦକ ବିଜେତାଙ୍କୁ ପୁରସ୍କାର ରାଶି ନଦେବା ଆଉଏକ ଚଞ୍ଚକତାକୁ ପଦାରେ ପକାଇଛି। ଆଉ ଏହାରି ଭିତରେ ଚଳିତବର୍ଷ ପାଇଁ ୱାର୍ଲ୍ଡ ସ୍କିଲ କମ୍ପିଟିସନର ପଦକ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ବିଜେତା ଅମରେଶ ସହୁଙ୍କୁ ୨୫ ଲକ୍ଷ ଓ ମେଡାଲିୟନ ଫର ଏକ୍ସିଲେନ୍ସ ବିଜେତା ଗେଡେଲା ଅଖିଲଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe