ସୁପ୍ରିମକୋର୍ଟ ଉପରେ ବଢୁଛି ମାମଲାର ଚାପ ,ସର୍ବୋଚ୍ଚ ଅଦାଲତରେ ୮୩ ହଜାର ମାମଲା ପଡିରହିଥିବା ନେଇ ସୂଚନା ।

Advertisment

ସୁପ୍ରିମକୋର୍ଟ ଉପରେ ବଢୁଛି ମାମଲାର ଚାପ। ୮୩ ହଜାର ମାମଲା ପଡିରହିଥିବା ନେଇ ସୂଚନା। ଏତେ ସଂଖ୍ୟକ ବିଚାରଧୀନ ମାମଲା ପଡିରହିବା ପ୍ରଥମ ଥର ଦେଖିବାକୁ ମିଳିଛି। ମାମଲା ତୁଳନାରେ ବିଚାରପତିଙ୍କ ସଂଖ୍ୟା ବଢୁନଥିବାରୁ ବିଚାରଧୀନ ମାମଲା ବଢୁଥିବା କୁହାଯାଉଛି।

ସୁପ୍ରିମକୋର୍ଟ ଉପରେ ବଢୁଛି ମାମଲାର ଚାପ। ୮୩ ହଜାର ମାମଲା ପଡିରହିଥିବା ନେଇ ସୂଚନା। ଏତେ ସଂଖ୍ୟକ ବିଚାରଧୀନ ମାମଲା ପଡିରହିବା ପ୍ରଥମ ଥର ଦେଖିବାକୁ ମିଳିଛି। ମାମଲା ତୁଳନାରେ ବିଚାରପତିଙ୍କ ସଂଖ୍ୟା ବଢୁନଥିବାରୁ ବିଚାରଧୀନ ମାମଲା ବଢୁଥିବା କୁହାଯାଉଛି।

india

କନକବ୍ୟୁରୋ : ସୁପ୍ରିମକୋର୍ଟ ଉପରେ ବଢୁଛି ମାମଲାର ଚାପ।  ୮୩ ହଜାର ମାମଲା ପଡିରହିଥିବା ନେଇ ସୂଚନା। ଏତେ ସଂଖ୍ୟକ ବିଚାରଧୀନ ମାମଲା ପଡିରହିବା ପ୍ରଥମ ଥର ଦେଖିବାକୁ ମିଳିଛି। ମାମଲା ତୁଳନାରେ ବିଚାରପତିଙ୍କ ସଂଖ୍ୟା ବଢୁନଥିବାରୁ ବିଚାରଧୀନ ମାମଲା ବଢୁଥିବା କୁହାଯାଉଛି। ସୂଚନା ମୁତବାକ, ୨୦୧୩ରେ ବିଚାରଧୀନ ମାମଲା ସଂଖ୍ୟା ୫୦ ହଜାରରୁ ୬୬ ହଜାରକୁ ବୃଦ୍ଧି ପାଇଥିଲା।  କିନ୍ତୁ ୨୦୧୪ରେ ମାମଲା ସଂଖ୍ୟା ୬୩ ହଜାର ଖସିଆସିଥିଲା। ୨୦୧୫ରେ ଏହି ସଂଖ୍ୟା ଆହୁରୀ କମିବା ସହ ୫୯ ହଜାରକୁ ଚାଲିଆସିଥିଲା। ହେଲେ ୨୦୧୬ରେ ମାମଲା ସଂଖ୍ୟା ପୁଣି ବୃଦ୍ଧି ପାଇଁ ୬୩ ହଜାର ଛୁଇଁଥିଲା।

୨୦୧୮ରେ ବିଚାରଧୀନ ମାମଲା ସଂଖା ୫୬ ହଜାରକୁ ଖସିଆସିଥିଲା। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅମଳ, ୨୦୧୮ରେ ପୁଣି ମାମଲା ୫୭ ହଜାରକୁ ବୃଦ୍ଧି ପାଇଥିଲା। ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟ ୩୧ରୁ ୩୪ କୁ ବୃଦ୍ଧି କରାଯାଇଥିଲା। ସେତେବେଳେ ୬୦ ହଜାର ମାମଲା ପଡିରହିଥିଲା। ପରେ କୋଭିଡ ମହାମାରୀ ଯୋଗୁ ବିଚାରଧୀନ ମାମଲା ସଂଖ୍ୟା ୨୦୨୦ରେ ୬୫ ହଜାରକୁ ବୃଦ୍ଧି ପାଇଥିଲା। ୨୦୨୧ରେ ମାମଲା ୭୦ ହଜାର ଥିବା ବେଳେ ୨୦୨୨ରେ ଏହା ୭୯ ହଜାରକୁ ବୃଦ୍ଧି ପାଇଥିଲା। ଗତ ଦୁଇ ବର୍ଷରେ ଅତିରିକ୍ତ ୪ ହଜାର ମାମଲା ବଢି ଏବେ ୮୩ ହଜାରରେ ପହଂଚିଛି। 

ସୁପ୍ରିମକୋର୍ଟ ଉପରେ ମାମଲାର ଚାପ ,ଆସନ୍ତୁ ଜାଣିବା ବିଚାରଧୀନ ପାଇଁ ରହିଥିବା ମାମଲା 

୨୦୧୨- ୫୦,୦୦୦ ମାମଲା
୨୦୧୩- ୬୬,୦୦୦ ମାମଲା
୨୦୧୪-୬୩,୦୦୦ ମାମଲା
୨୦୧୫-୫୯, ୦୦୦ ମାମଲା
୨୦୧୬- ୬୩,୦୦୦ ମାମଲା
୨୦୧୮- ୫୭,୦୦୦ ମାମଲା
୨୦୧୯- ୬୦,୦୦  ମାମଲା
୨୦୨୦- ୬୫,୦୦୦ ମାମଲା
୨୦୨୧-୭୦,୦୦୦ ମାମଲା
୨୦୨୨-୭୯,୦୦୦ ମାମଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe