କନକ ବ୍ୟୁରୋ : ଭୋଟ୍ ଦେଉଛି ଦିଲ୍ଲୀ । ମତାଧିକାର ସାବ୍ୟସ୍ତ ପାଇଁ ଲାଇନରେ ଦିଲ୍ଲୀ ବାସିନ୍ଦା। ରାଜଧାନୀର ସମସ୍ତ ୭୦ଟି ଆସନରେ ଆଜି ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ମତଦାନ କରିସାରିଛନ୍ତି ।
ଦିଲ୍ଲୀର ୧ କୋଟି ୫୬ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସ୍ବଛ ଓ ଅବାଧ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓ ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ପାଇଁ ଆଜିର ଦିନକୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ । ଆଜିର ଭୋଟ ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଦ୍ଧାରଣ କରିବ ।