କନକ ବ୍ୟୁରୋ, ୨୦୨୧ରେ ସିପିଆଇର ବରିଷ୍ଠ ନେତ୍ରୀ କେକେ ଶୈଳଜାଙ୍କୁ ହରାଇଥିଲେ ସନ୍ନି ଜୋଶେଫ । ଛାତ୍ର ଓ ଯୁବ କଂଗ୍ରେସରୁ ରାଜନୀତି ଆରମ୍ଭ । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ କେରଳ ରାଜ୍ୟ କଂଗ୍ରେସ ପୁନର୍ବିନାସ କରିବାକୁ ହାଇକମାଣ୍ଡ ଚାହୁଛନ୍ତି । ଏହାଛଡା ସଭାପତି ସୁଧାକରନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦଳର ମୁଖିଆଙ୍କୁ ପରିବର୍ତ୍ତନ ପାଇଁ ଚାପ ବଢୁଥିଲା । ମାତ୍ର ୨୦୧୬ ଓ ୨୦୨୧ କ୍ରମାଗତ ଦୁଇଟି ବିଧାନସଭା ନିର୍ବାଚନରେ ହାରିଥିବା କଂଗ୍ରେସ ଏଥିପାଇଁ କୌଣସି ରିସ୍କ ନେବାକୁ  ଚାହୁଁନଥିଲା । ସେଥିପାଇଁ  ଗତ କିଛି ଦିନ ଧରି ସଭାପତି ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇ ବରିଷ୍ଠ ବିଧାୟକ ସନ୍ନିଙ୍କୁ ଦାୟିତ୍ବ ଦେଇଛନ୍ତି । ୨୦୨୫ ପୌର ଓ ୨୦୨୬ ବିଧାନସଭା ନିର୍ବାଚନରେ ଦଳକୁ ବିଜୟୀ କରିବା ସନ୍ନିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

Advertisment

କେରଳ ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ସମର୍ଥନ ବିନା ଆଗାମୀ ବିଧାନସଭା ନିର୍ବାଚନ ଜିତିବା କଂଗ୍ରେସ ପାଇଁ କାଠିକରପାଠ । ଏଥିପାଇଁ  ଖ୍ରୀଷ୍ଟିୟାନ ସମ୍ପ୍ରଦାୟକର ସନ୍ନିଙ୍କୁ ଗୁରୁତ୍ବ ଦିଆଯାଇଛି । ସବୁବେଳେ ହିନ୍ଦୁ ଭୋଟ ଉପରେ ନିର୍ଭର କରୁଥିବା ବିଜେପି କେରଳ ରାଜନୀତିରେ ପ୍ରଭାବ ବିସ୍ତାର ପାଇଁ ଏବେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟକୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ୱାକଫ ସଂଶୋଧିତ ଆଇନର ସହଯୋଗରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟକୁ ଦଳକୁ ଟାଣିବାକୁ ଚେଷ୍ଟାରେ ଅଛି । ଯାହା ସନ୍ନିଙ୍କ ଦ୍ବାରା ପ୍ରତିହିତ ହୋଇପାରେ ବୋଲି କଂଗ୍ରେସ ଆଶା ରଖିଛି ।

କେରଳରେ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ସରକାର ବଦଳିବାର ପରମ୍ପରା ଅଛି । ମାତ୍ର ୨୦୨୧ ତାହା ନହୋଇ ଏଲ୍‌ଡିଏଫ୍‌ ମେଣ୍ଟ ପୁଣିଥରେ ସରକାରକୁ ଆସିଥିଲା । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଏହି ପରମ୍ପରା ବଜାୟ ରଖିବାକୁ କଂଗ୍ରେସ ଚାହୁଛି । ତେଣୁ ସନ୍ନି ଜୋଶେଫଙ୍କୁ ସଭାପତି ଦାୟିତ୍ବ ଦେବା ସହ ସବୁ ସମ୍ପ୍ରଦାୟର ପ୍ରତିନିଧିତ୍ବ କରୁଥିବର ଯୁବ ଚେହେରା  ପିସି ବିଶ୍ବନାଦ, ସାଫି ପରମବିଲ, ଏପି ଅନୀଲ କୁମାରଙ୍କୁ ସଭାପତି କାର୍ଯ୍ୟକାରୀ ସଭାପତି ତଥା ସାଂସଦ ଅଦୁର ପ୍ରକାଶଙ୍କୁ ୟୁଡିଏଫ ସଂଯୋଜକ ଭାବେ କଂଗ୍ରେସ ମନୋନୀତ କରିଛି ।