ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ସୂଚନା ଦେଲେ ଆଇନ ମନ୍ତ୍ରୀ ।

Advertisment

ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ଆଇନ ମନ୍ତ୍ରୀ କହିଲେ, ମଠ ସଂସ୍କୃତିକୁ ବଞ୍ଚାଇ ରଖିବା ଓଡ଼ିଆ ଜାତିର ପରମ୍ପରା ।

ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ଆଇନ ମନ୍ତ୍ରୀ କହିଲେ, ମଠ ସଂସ୍କୃତିକୁ ବଞ୍ଚାଇ ରଖିବା ଓଡ଼ିଆ ଜାତିର ପରମ୍ପରା ।

ପୁଣି ମହନ୍ତଙ୍କୁ  କ୍ଷମତା

ପୁଣି ମହନ୍ତଙ୍କୁ କ୍ଷମତା Photograph: (kanaknews)

କନକ ବ୍ୟୁରୋ : ପୁଣିଥରେ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା ।ବିଭିନ୍ନ ମଠର ମହନ୍ତ ମାନଙ୍କ ସହ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ମଠ ସଂସ୍କୃତି ବଞ୍ଚେଇ ରଖିବା ଏବଂ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା । 

ତେଣୁ ମଠର ଅଧିକାର ଏବଂ ନୀତିନିୟମ ଯେମିତି ଥିଲା ସେମିତି ରହିବ । ୩୦ ବର୍ଷ ହେବ ମଠ ବିଜେ ସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଦେବୋତ୍ତର ଆଇନ୍ ଏବଂ ମନ୍ଦିର ପାଇଁ ଅଲଗା ଆଇନ୍ ଅଛି । ତେଣୁ ଶୀଘ୍ର ମଠ ପରିଚାଳନା କ୍ଷମତା ମଠକୁ ଫେରାଇବାକୁ ଦାବି କରିଛନ୍ତି ମହନ୍ତ। ଆଜିର ଏହି ବୈଠକରେ ଦେବୋତ୍ତର କମିଶନ, ଆଇନ ସଚିବ ଉପସ୍ଥିତ ଥିଲେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe