କନକ ବ୍ୟୁରୋ : ପୁଣିଥରେ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା ।ବିଭିନ୍ନ ମଠର ମହନ୍ତ ମାନଙ୍କ ସହ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ମଠ ସଂସ୍କୃତି ବଞ୍ଚେଇ ରଖିବା ଏବଂ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା ।
ତେଣୁ ମଠର ଅଧିକାର ଏବଂ ନୀତିନିୟମ ଯେମିତି ଥିଲା ସେମିତି ରହିବ । ୩୦ ବର୍ଷ ହେବ ମଠ ବିଜେ ସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଦେବୋତ୍ତର ଆଇନ୍ ଏବଂ ମନ୍ଦିର ପାଇଁ ଅଲଗା ଆଇନ୍ ଅଛି । ତେଣୁ ଶୀଘ୍ର ମଠ ପରିଚାଳନା କ୍ଷମତା ମଠକୁ ଫେରାଇବାକୁ ଦାବି କରିଛନ୍ତି ମହନ୍ତ। ଆଜିର ଏହି ବୈଠକରେ ଦେବୋତ୍ତର କମିଶନ, ଆଇନ ସଚିବ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/04/AxFT8fcz3ORyIt8g6T6B.jpg)