କନକ ବ୍ୟୁରୋ: ଭାରତ ପାକ ମଧ୍ୟରେ ଥମିଛି ଯୁଦ୍ଧ ସ୍ଥିତି । ଉଭୟ ଦେଶ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆଗାମୀ ନିଷ୍ପତ୍ତି ୧୨ ତାରିଖରେ ହୋବ ବୋଲି ସୂଚନା ମିଳିଛି । ହେଲେ ଗତ ୩ ଦିନ ହେବ ଚାଲିଥିବା ଯୁଦ୍ଧରେ ପାକିସ୍ତାନ ଅନେକ କ୍ଷତି ସହିଛି । ଭାରତ ଉପରେ ବାରମ୍ୱାର ଆକ୍ରମଣ କରିବାକୁ ଯାଇ ବିଫଳ ହୋଇଛି ପାକିସ୍ତାନର ମିସାଇଲ ଆଉ ଡ୍ରୋନ । ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ଅଧିକାଂଶ ଡ୍ରୋନ ଆକ୍ରମଣ ହୋଇଥିଲା । ଆଉ ଏହି ସବୁ ଡ୍ରୋନକୁ ମାରି ଖସାଇଥିଲା ଆଣ୍ଟି ଡ୍ରୋନ ସିଷ୍ଟମ । କଣ ଏହି ଆଣ୍ଟି ଡ୍ରୋନ ସିଷ୍ଟମ? କେମିତି ଏହା କାମ କରିଥାଏ ? ଆସନ୍ତୁ ଜାଣିବା
ଆଣ୍ଟି ଡ୍ରୋନ ସିଷ୍ଟମ କ'ଣ?
ପାକର ଡ୍ରୋନ ଆକ୍ରମଣକୁ ଆଣ୍ଟି ଡ୍ରୋନ ସିଷ୍ଟମ କରୁଛି ଅକାମୀ
ଶତ୍ରୁକୁ ଟାର୍ଗେଟ କରିବା ପୂର୍ବରୁ ହିଁ ଆକାଶରେ ଡ୍ରୋନକୁ ବର୍ବାଦ କରିଦିଏ ସିଷ୍ଟମ
ଡ୍ରୋନରେ ଥିବା ଜିପିଏସ, କମ୍ୟୁନିକେସନ, ହାର୍ଡୱେରକୁ ଅକାମୀ କରେ
ଏହାଫଳରେ ଲକ୍ଷ୍ୟସ୍ଥଳରେ ପଂହଚିପାରେନି ଶତ୍ରୁପକ୍ଷର ଡ୍ରୋନ
ଆଣ୍ଟି ଡ୍ରୋନ ସିଷ୍ଟମକୁ ଅକାମୀ କରାଯାଇପାରିବ କି?
ଅନେକ କ୍ଷେତ୍ରରେ ଆଣ୍ଟି ଡ୍ରୋନ ସିଷ୍ଟମ ମଧ୍ୟ କାମ ଦେଇନଥାଏ
ଥରକେ ଅନେକ ଡ୍ରୋନ ଆସିଲେ ରାଡାର ଟାର୍ଗେଟରେ ହୁଏ ସମସ୍ୟା
ଏହି ସମୟରେ କିଛି ଡ୍ରୋନ ଲକ୍ଷ୍ୟସ୍ଥଳରେ ପଂହଚିବା ସହ ଆଣ୍ଟି ସିଷ୍ଟମ ଫେଲ ମାରେ