କନକବ୍ୟୁରୋ : ଆସନ୍ତା  ୧୫ ତାରିଖରେ ଆମେରିକା  ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଭାରତ ସ୍ୱାଗତ କରିଛି ।   ଭାରତ କହିଛି, ଏହା ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧବିରତି ପାଇଁ ସହାୟକ ହେବ ।  ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହେବ।  ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ରୁଷ-ଆମେରିକା ଶିଖର ସମ୍ମିଳନୀକୁ ଭାରତ ସମର୍ଥନ  ଓ ସ୍ୱାଗତ କରୁଛି ।

Advertisment

ଜୟସୱାଲ ରୁଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ଉଲ୍ଲେଖ କରି କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ।  ତେଣୁ ଭାରତ ଆଗାମୀ ଶିଖର ବୈଠକକୁ ସମର୍ଥନ କରୁଛି  ।    2022 ଫେବ୍ରୁଆରିରେ ୟୁକ୍ରେନରେ ରୁଷର ଆକ୍ରମଣ  ଆରମ୍ଭ ପରଠାରୁ ମୋଦୀ ଶତ୍ରୁତା ବନ୍ଦ କରିବା   ପାଇଁ ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି  ଜେଲେନ୍ସକିଙ୍କୁ ଆହ୍ୱାନ ଦେଇ ଆସୁଛନ୍ତି । 

ଟ୍ରମ୍ପ-ପୁଟିନଙ୍କ ବୈଠକ: ଭାରତର ସ୍ବାଗତ
ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଭାରତର ସ୍ୱାଗତ  

ଆସନ୍ତା 15 ତାରିଖରେ ଆଲାସ୍କାରେ ଏହି ବୈଠକ ହେବ 
ଏହା ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧବିରତି ପାଇଁ ସହାୟକ ହେବ
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲଙ୍କ ସୂଚନା
ଆରମ୍ଭରୁ ଯୁଦ୍ଧ ବନ୍ଦ ପାଇଁ ଭାରତ ଆହ୍ବାନ ଦେଇ ଆସୁଛି