ମିଳିମିଶି ଖାଇଦେଲେ ଜଳଭଣ୍ଡାର ଜମି : ଟାପୁ ବିକ୍ରି ହେଲା, କେହି ଟେର୍‌ ପାଇଲେନି

୯ ଏକର ଜମିକୁ ରାଜେନ୍ଦ୍ର ସୋରେନ ନାମକ ବ୍ୟକ୍ତି ନିଜ ନାଁରେ କରି ନେଇଛନ୍ତି । ୧୯୭୯ରେ ୭୦ ଏକର ଜମିରେ ଦେବଝରଣ ଜଳଭଣ୍ଡାର ନିର୍ମାଣ ହୋଇଥିଲା ।

37

କନକ ବ୍ୟୁରୋ : ଦେବଝରଣ ଜଳଭଣ୍ଡାର ମଝିରେ ଥିବା ଟାପୁ ବିକ୍ରି ହୋଇଯାଇଛି । ୯ ଏକର ଜମିକୁ ରାଜେନ୍ଦ୍ର ସୋରେନ ନାମକ ବ୍ୟକ୍ତି ନିଜ ନାଁରେ କରି ନେଇଛନ୍ତି । ୧୯୭୯ରେ ୭୦ ଏକର ଜମିରେ ଦେବଝରଣ ଜଳଭଣ୍ଡାର ନିର୍ମାଣ ହୋଇଥିଲା ।  ହେଲେ ଗତବର୍ଷ ରାଜେନ୍ଦ୍ର ସୋରେନଙ୍କ ନାଁରେ ୯ ଏକର ଜମି ରେକର୍ଡ କରାଯାଇଛି । ଘଟଣା ଜଣାପଡ଼ିବା ପରେ, ସ୍ଥାନୀୟ ଲୋକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଏହି ଜମି ବିକ୍ରି ନେଇ ତହସିଲଦାର କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠାଇଛି ଦେବଝରଣ ବିକାଶ ମଞ୍ଚ ।

ଏହାର ତଦନ୍ତ ହେବ ଓ ଜମି ଫେରାଇ ଅଣାଯିବ ବୋଲି କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ । ଚାଲାକି କରି ଏହି କାମ  କରାଯାଇଛି । ଜମି ଫେରାଇବା ପାଇଁ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ । ଏଠି ପ୍ରଶ୍ନ ଉଠୁଛି, ଏତେ ବଡ଼ ଟାପୁ ବିକ୍ରି ହେଇଗଲା, ଅଥଚ କେହି କେମିତି ଜାଣିପାରିଲେ ନାହିଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe