ରୋଚକ ହେଉଛି ଟିଟିଲାଗଡ ରାଜନୀତି । ବିଧାୟକଙ୍କ ବିରୋଧରେ ପିସି କାରବାର ଅଭିଯୋଗ ଆଣିଲେ ବ୍ଳକ ଅଧ୍ୟକ୍ଷା

ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବିଜେପି ସମର୍ଥିତ ୧୮ ଜଣ ସମିତି ସଭ୍ୟସଭ୍ୟା ଟିଟିଲାଗଡ ଉପଜିଲ୍ଲାପଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଲୋଡିଥିଲେ। ଗତ ୧୯ ତାରିଖରେ ଘଟଣା କ୍ରମେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରେସମିଟ କରି ବିଧାୟକ ନବୀନ ଜୈନଙ୍କୁ ପିସି କାରବାରରେ ସାମିଲ ଥିବା ସିଧାସଳଖ ଅଭିଯୋଗ କରିଥିଲେ ।

sgsgffd

କନକ ବ୍ୟୁରୋ :  ଟିଟିଲାଗଡର ତାପମାତ୍ରା ସହ ରାଜନୈତିକ ତାତି ବି ବଢ଼ି ଚାଲିଛି । ଟିଟିଲାଗଡ ବିଧାୟକ ନବୀନ ଜୈନ ୧୦% ପିସି ନ ମିଳିବା ଯାଏ ଉନ୍ନୟନ ଫାଇଲ୍ ଅଟକାଇ ରଖୁଥିବା ଅଭିଯୋଗ ଆଣି ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା ନାୟକ ଗତ ୧୭ ତାରିଖରେ ବ୍ଲକ୍ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବିଜେପି ସମର୍ଥିତ ୧୮ ଜଣ ସମିତି ସଭ୍ୟସଭ୍ୟା ଟିଟିଲାଗଡ ଉପଜିଲ୍ଲାପଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଲୋଡିଥିଲେ। ଗତ ୧୯ ତାରିଖରେ ଘଟଣା କ୍ରମେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରେସମିଟ କରି ବିଧାୟକ ନବୀନ ଜୈନଙ୍କୁ ପିସି କାରବାରରେ ସାମିଲ ଥିବା ସିଧାସଳଖ ଅଭିଯୋଗ କରିଥିଲେ । ଏବେ ଏହି ମାମଲାରେ ପୌରପରିଷଦ ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ୍ ମୁହଁ ଖୋଲିଛନ୍ତି। ଏକ ଭିଡିଓ ମାଧ୍ୟମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା  ଟୁକୁନି ସାହୁଙ୍କ ଅମଳରେ ହିଁ ଟିଟିଲାଗଡ଼ର ଉନ୍ନତି ହୋଇଛି ଏବଂ ପୌରଧ୍ୟକ୍ଷା ମମତା ଜୈନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ଗତ କିଛି ଦିନ ହେଲା ଟିଟିଲାଗଡ ସହରରେ ବିଜେଡ଼ି ଓ ବିଜେପିର ଆରୋପ ଦୋଷାରୋପ ଲାଗି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe