କନକବ୍ୟୁରୋ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ହଟଚମଟ ଥମିବା ନା ନେଉନାହିଁ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଭାବେ ଡିକେ ଶିବକୁମାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବୀରପ୍ପା ମୋଲି ସମର୍ଥନ କରିଛନ୍ତି । ସେହିଭଳି ବର୍ଷ ଶେଷ ସୁଦ୍ଧା ଡିକେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବରିଷ୍ଠ ବିଧାୟକ ବାସବରାଜ ଶିବଗଙ୍ଗା ଦୃଢୋକ୍ତି କରିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାନ୍ତ ଯୋଗ୍ୟ ।
ଏହା ତାଙ୍କୁ କେହି ଦେବାର ଆବଶ୍ୟକତା ନାହିଁ ବଂର ସେ ଏହା ପାଇଁ ହକଦାର ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଲିଙ୍କ ବୟାନ ଦଳୀୟ ମତଭେଦକୁ ପଦରେ ପକାଇଛି ସେହିଭଳି କଂଗ୍ରେସ ବିଧାୟକ ବାସବରାଜ ଶିବଗଙ୍ଗା ମଧ୍ୟ ଏହି ବର୍ଷ ଶେଷ ସୁଦ୍ଧା ଡିକେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି । ଏପରିକି ଆଗାମୀ ସାଢ଼େ ସାତବର୍ଷ ଧରି ଡିକେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବେ ବୋଲି ଶିବଗଙ୍ଗା ମତ ଦେଇଛନ୍ତି ।
ଶିବଗଙ୍ଗାଙ୍କ ଏଭଳି ବୟାନ ଅଢ଼େଇବର୍ଷ ଧରି ଉଭୟ ଡିକେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଶାସନ ମୁଖ୍ୟ ହେବେ ବୋଲି ଅଲିଖିତ ଚୁକ୍ତିକୁ ଠିକ ବୋଲି ଦର୍ଶାଇଛି । ୨୦୨୩ ବିଧାନସଭା ନିର୍ବାଚନ ପରେ ଦୁଇ ନେତା ଅଧା ଅଧା ଶାସନ ମୁଖ୍ୟ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଥିଲେ । ଯାହା ଆଧାରରେ ଏବର୍ଷ ଶେଷ ସୁଦ୍ଧା ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇବା କଥା ମାତ୍ର ଏହା ପୂର୍ବରୁ ତାଙ୍କ ସମର୍ଥନରେ ଓ ବିପକ୍ଷରେ କର୍ଣ୍ଣାଟକ କଂଗ୍ରେସରେ ବୟାନବାଜି ଆରମ୍ଭ ହୋଇଛି ।