କନକ ବ୍ୟୁରୋ : ମାଓ ମୁଖିଆ ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତିମସଂସ୍କାର କଲା ଛତିଶଗଡ଼ ପୁଲିସ । ପରିବାରକୁ ମିଳିଲାନି ମୃତଦେହ । ନାରାୟଣପୁର ମୁକ୍ତିଧାମରେ ଶବ ପୋଡ଼ିଲା ପୁଲିସ । ଘଟଣା ପରେ ଛତିଶଗଡ଼ ପୁଲିସ ନାଁରେ ମାନବାଧିକାର ହନନ ଅଭିଯୋଗ ଆଣିଲେ ବାସବରାଜୁଙ୍କ ଭାଇ ନମ୍ବାଲା ରାମ ପ୍ରସାଦ ରାଓ । ଛତିଶଗଡ଼ ପୁଲିସ ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ସେ ଅଭିଯୋଗ କରିଛନ୍ତି । ପରିବାରକୁ ଶବ ହସ୍ତାନ୍ତର ପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ । କିନ୍ତୁ ଆଇନଶୃଙ୍ଖଳା ଦୃଷ୍ଟିରୁ ପରିବାର ଲୋକଙ୍କୁ ମୃତଦେହ ନଦେଇ ମୁକ୍ତିଧାମରେ ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତି ମସଂସ୍କାର କରିଛି ପୁଲିସ । 

Advertisment

ଗତ ୨୧ ତାରିଖ ଦିନ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା । ୨୨ ତାରିଖ ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେତେବେଳେ ପୁଲିସ ଅଧିକାରୀମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ । ବାସବରାଜୁଙ୍କ ପରିବାର ଲୋକଙ୍କୁ କାଗଜ ପତ୍ର ଠିକ କରିବା ପରେ ଶବ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ପୁଲିସ ଶବ ପୋଡ଼ି ଦେବାରୁ ମାନବାଧିକାର ହନନ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ବାସବରାଜୁଙ୍କ ପରିବାର ଲୋକେ ।