କନକ ବ୍ୟୁରୋ : ପୁଣି କଡ ଲେଉଟାଇଲା ନବ ଦାସ ହତ୍ୟା ମାମଲା । ଆଜି ପୁରା ନବ ଦାସଙ୍କ ପରିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଏହି ଆଲୋଚନାରେ ଭାଗ ନେବାକୁ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଡିଜି ଲୋକସେବା ଭବନରେ ପହଂଚିଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଡିଜି ଆଲୋଚନାରେ ସାମିଲ ହୋଇଥିବାରୁ ହତ୍ୟା ମାମଲାର ତଦନ୍ତ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଆକଳନ କରାଯାଉଛି । ପୋଲିସ ଡିଜି ୱାଇ.ବି ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । 

Advertisment

ସୂଚନା ଥାଉ କି, ନବ ଦାସଙ୍କ ହତ୍ୟା ପରେ ବିରୋଧୀଦଳରେ ଥିବା ବିଜେପି ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବାକୁ ରାଜରାସ୍ତାରେ ବିକ୍ଷୋଭ କରିଥିଲା । ଏହାପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ କିଛିମାସ ହେବ କ୍ରାଇମବ୍ରାଞ୍ଚ ତଦନ୍ତ ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବି କରୁଛନ୍ତି ନବ ଦାସଙ୍କ ପରିବାର ।