କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ। ଝାରପଡ଼ା ଜେଲରେ କଏଦୀ ମାରଣାସ୍ତ୍ର ଧରି ରିଲସ କରିବା ଘଟଣାରେ ଆକ୍ସନ ମୋଡ଼ରେ ପୁଲିସ । କନକ ନ୍ୟୁଜ ଟିଭି ଦେଖି ତଦନ୍ତ ଆରମ୍ଭ କଲେ ଜେଲର ଓ ସୁପରିଟେଣ୍ଡେଣ୍ଟ । ବିଚାରଧୀନ କଏଦୀଙ୍କଠାରୁ ରିଲସରେ ବ୍ୟବହୃତ ସାମସଙ୍ଗ୍ ସ୍ମାର୍ଟ ଫୋନ ସହ ଏକ ବଡ଼ ଅଟୋମାଟିକ ଚକ୍ରୀ ଛୁରୀ ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଦିନେ କିମ୍ବା ଦୁଇଦିନ ପୂର୍ବରୁ ଏହି ମାରଣାସ୍ତ୍ର ଜେଲ ଭିତରକୁ ଆସିଥାଇ ପାରେ ବୋଲି ଜେଲ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ତେବେ ଆଜି ଜେଲ ଭିତରୁ ଆସିଥିଲା କଏଦୀଙ୍କ ସାଂଘାତିକ ଦୃଶ୍ୟ। ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକ ଦେଇ, ଭିଡ଼ିଓ ପଠାଇବା ସହ ବଟି ମାଗୁଥିଲେ କିଛି ଅଭିଯୁକ୍ତ । ଟଙ୍କା ନଦେଲେ ହଣା ଖାଇବୁ ବୋଲି ଭିଡିଓରେ କହିଥିଲେ।