କନକ ବ୍ୟୁରୋ: ରାଜ୍ୟରେ ନୀତି ଆୟୋଗ ଢାଞ୍ଚାରେ ଗଢାଯିବ ଯୋଜନା ବୋର୍ଡ । ଏହି ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଏବେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରୁଛ୍ତି । ଏ ସମ୍ପର୍କରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ କହିବା ମୁତାବକ, ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ଗତ ୨୪ ବର୍ଷ ଭିତରେ ମାତ୍ର ଦୁଇ ଥର ବସିଛି । ୨୦୦୩ ମେ ମାସରେ ଆଉ ୨୦୦୭ ଅକ୍ଟୋବର ମାସରେ ହିଁ ଶେଷ ଥର ପାଇଁ ଏହି ବୈଠକ ବସିଥିଲା । ତେଣୁ ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଗୋଟିଏ ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ଏ ସମ୍ପର୍କରେ ଗୁରୁବାର ପ୍ରଶ୍ନ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ବୋର୍ଡର ପୁନର୍ଗଠନ କେବେ ସୁଦ୍ଧା ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏନେଇ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।