କନକ ବ୍ୟୁରୋ: ତାମିଲନାଡୁର ତିରୁଚିରାପଲ୍ଲୀରେ ଏୟାର ଇଣ୍ଡିଆର ହାଇଡ୍ରୋଲିକ ଫେଲ୍ ହୋଇଛି । କିଛି ସମୟ ଧରି ଆକାଶରେ ଫସିବା ପରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି ବିମାନ । ବିମାନରେ ଥିବା ସମସ୍ତ ୧୪୦ ଯାତ୍ରୀ ସୁରକ୍ଷିତ ଅଛନ୍ତି । ପ୍ରାୟ ୪୫ ମିନିଟ ତିରୁଚିରାପଲ୍ଲୀ ଆକାଶରେ ବିମାନ ଘୂରି ବୁଲିଥିଲା । ପାଇଲଟ ହାଇଡ୍ରୋଲିକ ଫେଲର ହୋଇଥିବା କଥା ଏୟାରପୋର୍ଟକୁ ସୂଚିତ କରିଥିଲେ । ବିମାନ ତିରୁଚିରାପଲ୍ଲୀରୁ ଶାରଜାହ ଯାଉଥିଲା । ପ୍ରାୟ ୮ଟା ୧୪ ମିନିଟରେ ବିମାନଟି ସୁରକ୍ଷିତ ଲ୍ୟାଣ୍ଡ କରିଥିଲା । ବିମାନ ମଝି ଆକାଶରେ ବୁଲିବା ଯୋଗୁଁ ପ୍ରାୟ ଦୁଇଘଣ୍ଟା ଯାଏଁ ୧୪୦ ଯାତ୍ରୀ ଆଶଙ୍କା ଭିତରେ ରହିଥିଲେ । ପ୍ରାୟ ଦୁଇଘଣ୍ଟା ଯାଏଁ ତ୍ରିଚି ଏୟାରପୋର୍ଟରେ ଆପାତକାଳ ଘୋଷଣା କରାଯାଇଥିଲା । ଦିନ ପ୍ରାୟ ୫ଟା ୪୩ ମିନିଟରେ ଏହି ବିମାନ ଉଡାଣ ଭରିଥିଲା । ଆଉ ଉଡାଣର କିଛି ସମୟ ପରେ ବିମାନରେ ତ୍ରୁଟି ଦେଖାଦେଇଥିଲା ।
ଏବେ ଆସନ୍ତୁ ଦେଖିବା ହାଇଡ୍ରୋଲିକ ଖରାପ କେମିତି ହୁଏ ।
-ଲ୍ୟାଣ୍ଡିଙ୍ଗ ଗିଅର ଓ ବ୍ରେକ ଭଳି ଗୁରୁତ୍ୱପୂର୍ଣ୍ଣ ଭାଗକୁ ନିୟନ୍ତ୍ରିତ କରିବାକୁ ଔଷଧଯୁକ୍ତ ତରଳଯୁକ୍ତ ପଦାର୍ଥର ଉପଯୋଗ ହୋଇଥାଏ
-ଆଉ ଏହା ସିଷ୍ଟମ ଠିକ୍ ଭାବେ କାମ ନ କଲେ ହାଇଡ୍ରୋଲିକ ସମସ୍ୟା ସୃଷ୍ଟି ହୁଏ